ସ୍ବୀକୃତିପ୍ରାପ୍ତ ସାପ ଧରାଳିଙ୍କ ପାଇଁ ଖୁସିଖବର, ଏଣିକି ବୀମା ଯୋଜନାରେ ହେବେ ସାମିଲ
ଓଏଲ୍ ବ୍ୟୁରୋ: ସାପ ଧରାଳି ତଥା ସ୍ନେକ୍ ହେଲ୍ପଲାଇନ ସଦସ୍ୟଙ୍କ ପାଇଁ ଖୁସି ଖବର। ଏଣିକି ବୀମା ଯୋଜନାରେ ସାପ ଧରାଳି ସାମିଲ ହେବେ। ଏହାର ପ୍ରିମିୟମ ଭରିବ ଜଙ୍ଗଲ ଓ ପରିବେଶ ବିଭାଗ। ରାଜସ୍ୱ ବିଭାଗର ଓସ୍ଡମାକୁ ସାପ ଧରାଳିଙ୍କ ଟ୍ରେନିଂ ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରସ୍ତାବ ଦେବ। ଏନେଇ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, କେତେ ଅର୍ଥ ଆବଶ୍ୟକ, କଣ ଟ୍ରେନିଂ ଦରକାର ସେ ନେଇ ପ୍ରସ୍ତାବ ଦେବା ପରେ ଟ୍ରେନିଂ କାର୍ଯ୍ୟକ୍ରମ ଆରମ୍ଭ ହେବ।
ସୂଚନା ଅନୁସାରେ, ପୂର୍ବରୁ ଅମାନିଆ ସାପ ଧରାଳିଙ୍କୁ ସାବାଡ଼ କରିବା ପାଇଁ ପଦକ୍ଷେପ ନିଆଯାଇଥିଲା। ନିୟମ ବିନା ସାପ ଧରୁଥିବା ବ୍ୟକ୍ତିଙ୍କ ଉପରେ ରୋକ ଲଗାଯିବ। ବନ ବିଭାଗ ଓ ଓସଡମା ତରଫରୁ ସ୍ବୀକୃତିପ୍ରାପ୍ତ ସାପ ଧରାଳି ହିଁ କେବଳ ସାପ ଧରିପାରିବେ ବୋଲି ନିୟମ ଜାରି ହୋଇଛି। ଏନେଇ ବନ ବିଭାଗ ଓ ଓସଡମା ପକ୍ଷରୁ ମିଳିତ ଗାଇଡଲାଇନ ଜାରି କରାଯାଇଥିଲା। କେବଳ ସ୍ବୀକୃତପ୍ରାପ୍ତ ସାପଧରାଳି ସାପ ଧରିବେ। ସବୁ ସାପଧରାଳି ସରକାରଙ୍କ ନିକଟରେ ପଞ୍ଜିକରଣ କରିବା ବାଧ୍ୟତାମୂଳକ କରାଯାଇଥିଲ