ଓଡ଼ିଶା ହାଇକୋର୍ଟ: ଶପଥ ନେଲେ ଦୁଇ ନୂଆ ବିଚାରପତି
ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ଜଣାପଡ଼ିଛି।
ଓଏଲ୍ ବ୍ୟୁରୋ: ଓଡ଼ିଶା ହାଇକୋର୍ଟକୁ ମିଳିଲା ପୁଣି ୨ ନୂଆ ବିଚାରପତି। ହାଇକୋର୍ଟରେ ଶପଥ ନେଲେ ୨ ନୂଆ ବିଚାରପତି। ଆଜି ଶିବ ଶଙ୍କର ମିଶ୍ର ଓ ଆନନ୍ଦ ଚନ୍ଦ୍ର ବେହେରା ନୂଆ ବିଚାରପତି ଶପଥ ନେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ସୁବାଶିଷ ତାଳପତ୍ର ଦୁଇ ନୂଆ ବିଚାରପତିଙ୍କୁ ଶପଥ ପାଠ କରାଇଛନ୍ତି। ତେବେ ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ଜଣାପଡ଼ିଛି।
ସକାଳ ୧୦ଟାରେ ହାଇକୋର୍ଟରେ ଶପଥ ଗ୍ରହଣ ଉତ୍ସବ ପାଳନ ହୋଇଯାଇଛି। ଆଇନ୍ ମନ୍ତ୍ରଣାଳୟ ପକ୍ଷରୁ ଦୁଇ ବରିଷ୍ଠ ଅଧିକାରୀଙ୍କୁ ହାଇକୋର୍ଟରେ ନିଯୁକ୍ତ କରାଯାଇଥିବା ନେଇ ବିଜ୍ଞପ୍ତିରୁ ଜଣା ପଡ଼ିଥିଲା। ପୂର୍ବରୁ ଦୁଇ ଜୁଡ଼ିସିଆଲ ଅଫିସରଙ୍କୁ ବିଚାରପତି ଭାବେ ନିଯୁକ୍ତ କରିବାକୁ ସୁପାରିଶ କରାଯାଇଥିଲା।