Odisha Link
Bridging the Missing Links in Odisha

ଜି-୨୦ ସମ୍ମିଳନୀ: ବାଲୁକା କଳାରେ ଆମେରିକାର ରାଷ୍ଟ୍ରପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଓଏଲ୍‌ ବ୍ୟୁରୋ: ସଜେଇ ହୋଇଛି ଭାରତର ରାଜଧାନୀ। ନୂଆଦିଲ୍ଲୀର ପ୍ରଗତୀ ମଇଦାନରେ ଜି-୨୦ ସମ୍ମିଳନୀର ଆୟୋଜନ କରାଯାଇଛି। ଆସନ୍ତା ୯ ଏବଂ ୧୦ ତାରିଖ ଦୁଇ ଦିନ ଜି-୨୦ ବୈଠକ ହେବାର ଅଛି। ଏଥିରେ ବିଶ୍ୱର ଅନେକ ବଡ଼ ବଡ଼ ନେତା ସାମିଲ ହେବେ। ସମ୍ମିଳନୀ ପାଇଁ ଦିଲ୍ଲୀ ଝଲସୁଥିବା ବେଳେ ପୁରୀ ବେଳାଭୂମିରେ ବାଲୁକା କଳାରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସ୍ୱାଗତ ସମ୍ବର୍ଧନା ଜଣାଇଛନ୍ତି ବାଲୁକା ଶିଳ୍ପୀ।

ବିଭିନ୍ନ ଦେଶ ମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଜି-୨୦ ବୈଠକ ପାଇଁ କଡ଼ା ସୁରକ୍ଷା ବଳୟ ସହ ଆକର୍ଷଣୀୟ ଆଲୋକ ମାଳରେ ଝଲସୁଛି ନୂଆଦିଲ୍ଲୀ। ଜି-୨୦ ସମ୍ମିଳନୀ ଆୟୋଜନ ହେବାକୁ ଯାଉଥିବା ନୂଆଦିଲ୍ଲୀର ‘ଭାରତ ମଣ୍ଡପମ୍’ ସଜେଇ ହୋଇଛି। ଶନିବାରଠାରୁ ଏଠାରେ ସମ୍ମିଳନୀ ଆରମ୍ଭ ହେବାକୁ ଯାଉଛି। ତା ପୂର୍ବରୁ ମଣ୍ଡପମ୍ ଆଗରେ ଏକ ୨୮ ଫୁଟ ଉଚ୍ଚତା ବିଶିଷ୍ଟ ନଟରାଜ ମୂର୍ତ୍ତି ସ୍ଥାପନ କରାଯାଇଛି।

ସୂଚନା ଅନୁସାରେ, ଜି-୨୦ ବୈଠକ ସମ୍ମିଳନୀରେ ଜୋ ବାଇଡେନଙ୍କ ସହ ମରିସସ୍, ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ଜି-୨୦ ସମ୍ମିଳନୀରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବୈଶ୍ୱିକ ପ୍ରସଙ୍ଗରେ ବିଶ୍ୱର ପ୍ରମୁଖ ନେତା ଆଲୋଚନା କରିବେ। ଏଥିପାଇଁ ଆସନ୍ତାକାଲିଠାରୁ ବିଶ୍ୱନେତା ଭାରତ ପହଞ୍ଚିବା ଆରମ୍ଭ କରିବେ। ତେବେ ଜି-୨୦ ବୈଠକ ସମ୍ମିଳନୀ ପାଇଁ ଆଲୋକ ମାଳରେ ଝଲସୁଛି ନୂଆଦିଲ୍ଲୀ। ସୁରକ୍ଷା ପାଇଁ ୧ ଲକ୍ଷ ୩୦ ହଜାର ଯବାନ ମୁତୟନ ହେବେ।

Leave A Reply

Your email address will not be published.