Odisha Link
Bridging the Missing Links in Odisha

କାଲିଠୁ ଜି-୨୦ ସମ୍ମିଳନୀ: ଆଜିଠୁ ରାଜଧାନୀରେ ସ୍କୁଲ୍‌, କଲେଜ ବନ୍ଦ!

ଓଏଲ୍‌ ବ୍ୟୁରୋ: ଆକର୍ଷଣୀୟ ଆଲୋକ ମାଳରେ ଝଲସୁଛି ନୂଆଦିଲ୍ଲୀ। ନୂଆଦିଲ୍ଲୀର ପ୍ରଗତୀ ମଇଦାନରେ ଜି-୨୦ ସମ୍ମିଳନୀର ଆୟୋଜନ କରାଯାଇଛି। ଆସନ୍ତା ୯ ଏବଂ ୧୦ ତାରିଖ ଦୁଇ ଦିନ ଜି-୨୦ ବୈଠକ ହେବାର ଅଛି। ଏଥିରେ ବିଶ୍ୱର ଅନେକ ବଡ଼ ବଡ଼ ନେତା ସାମିଲ ହେବେ। ଜି-୨୦ ସମ୍ମିଳନୀ ପାଇଁ ହାଇ ଆଲର୍ଟ ମୋଡ୍‌ରେ ଦିଲ୍ଲୀ। ସୁରକ୍ଷା ଦୃଷ୍ଟିରୁ ଆଜିଠୁ ୧୦ ତାରିଖ ଯାଏ ସ୍କୁଲ୍‌, କଲେଜ ବନ୍ଦ। ୧୦ ତାରିଖ ଯାଏ ଦିଲ୍ଲୀ ମେଟ୍ରୋ ଷ୍ଟେସନ ମଧ୍ୟ ବନ୍ଦ ରହିବ।

ଦିଲ୍ଲୀର ୩୫ କି.ମି. ମଧ୍ୟରେ ୧.୩୦ ଲକ୍ଷ ସୁରକ୍ଷାକର୍ମୀ ମୁତୟନ କରାଯାଇଛି। ନଜର ରଖିବାକୁ ୪୦ ହଜାର ସିସିଟିଭି କ୍ୟାମେରା ଲାଗିଛି। ଦିଲ୍ଲୀ-ଏନ୍‌ସିଆର୍‌ର ୨୩ଟି ପଞ୍ଚ ତାରକା ହୋଟେଲ୍‌ରେ କଡ଼ା ସୁରକ୍ଷା ଜାରି ହୋଇଛି। ନୋ ଫ୍ଲାଇଂ ଜୋନ୍‌ରେ ୨୩ଟି ପଞ୍ଚ ତାରକା ହୋଟେଲ୍‌ ରହିଛି। ସମ୍ବେଦନଶୀଳ ସ୍ଥାନରେ ଏନ୍‌ଏସ୍‌ଜି କମାଣ୍ଡୋ ମୁତୟନ କରାଯାଇଛି।

ଅନ୍ୟପଟେ, ବିଭିନ୍ନ ଦେଶ ମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଜି-୨୦ ବୈଠକ ପାଇଁ କଡ଼ା ସୁରକ୍ଷା ବଳୟ ସହ ଆକର୍ଷଣୀୟ ଆଲୋକ ମାଳରେ ଝଲସୁଛି ନୂଆଦିଲ୍ଲୀ। ଜି-୨୦ ସମ୍ମିଳନୀ ଆୟୋଜନ ହେବାକୁ ଯାଉଥିବା ନୂଆଦିଲ୍ଲୀର ‘ଭାରତ ମଣ୍ଡପମ୍’ ସଜେଇ ହୋଇଛି। ଶନିବାରଠାରୁ ଏଠାରେ ସମ୍ମିଳନୀ ଆରମ୍ଭ ହେବାକୁ ଯାଉଛି। ତା ପୂର୍ବରୁ ମଣ୍ଡପମ୍ ଆଗରେ ଏକ ୨୮ ଫୁଟ ଉଚ୍ଚତା ବିଶିଷ୍ଟ ନଟରାଜ ମୂର୍ତ୍ତି ସ୍ଥାପନ କରାଯାଇଛି।

ସୂଚନା ଅନୁସାରେ, ଜି-୨୦ ବୈଠକ ସମ୍ମିଳନୀରେ ଜୋ ବାଇଡେନଙ୍କ ସହ ମରିସସ୍, ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ଜି-୨୦ ସମ୍ମିଳନୀରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବୈଶ୍ୱିକ ପ୍ରସଙ୍ଗରେ ବିଶ୍ୱର ପ୍ରମୁଖ ନେତା ଆଲୋଚନା କରିବେ। ଏଥିପାଇଁ ବିଶ୍ୱନେତା ଭାରତରେ ପହଞ୍ଚିବା ଆରମ୍ଭ କରିଛନ୍ତି। ତେବେ ଜି-୨୦ ବୈଠକ ସମ୍ମିଳନୀ ପାଇଁ ଆଲୋକ ମାଳରେ ଝଲସୁଛି ନୂଆଦିଲ୍ଲୀ। ସୁରକ୍ଷା ପାଇଁ ୧ ଲକ୍ଷ ୩୦ ହଜାର ଯବାନ ମୁତୟନ କରାଯାଇଛି।

Leave A Reply

Your email address will not be published.