ରେଳ ଧାରଣାରେ ଅଘଟଣ: ଉଦ୍ଧାର ହେଲା ଯୁବକଯୁବତୀଙ୍କ ମୃତଦେହ
ଓଏଲ୍ ବ୍ୟୁରୋ: ଟ୍ରେନରେ କଟି ଯୁବକଯୁବତୀ ମୃତ। ପୁରୀ ରେଳ ଧାରଣା ନିକଟରେ ଘଟିଥିବା ଏକ ଦୁଖଦଃ ଖବର ସାମ୍ନାକୁ ଆସିଛି। ରେଳ ଧାରଣାରୁ ଯୁବକଯୁବତୀଙ୍କ ମୃତଦେହ ଉଦ୍ଧାର। ରେଳ ଷ୍ଟେସନର କିଛି ଦୂରରୁ ୨ ମୃତଦେହ ଉଦ୍ଧାର ହୋଇଛି। ଉଭୟଙ୍କ ନିକଟରେ ଥିବା ଆଧାର କାର୍ଡରୁ ପରିଚୟ ମିଳିଛି। ଦୁଇ ମୃତକ କୋରାପୁଟ ଜିଲ୍ଲା କୋଟପଡା ହୋଇଥିବା ସୂଚନା ରହିଛି।
ଯୁବକଙ୍କ ନାଁ ଯତୀନ ଶଙ୍କର ପାଢୀ ହୋଇଥିବାବେଳେ ଯୁବତୀଙ୍କ ନାଁ ତୃପ୍ତିମୟୀ ସାହୁ ବୋଲି ଜଣା ପଡିଛି। ହେଲେ କେଉଁ ପରିସ୍ଥିତିରେ ଯୁବକଯୁବତୀଙ୍କ ମୃତ୍ୟୁ ଘଟିଛି କାରଣ ସ୍ପଷ୍ଟ ହୋଇପାରିନାହିଁ। କୋଟପଡା ଥାନାକୁ ସୂଚନା ପଠାଇଛି ଜିଆରପି ପୁଲିସ। ତେବେ ଏନେଇ ତଦନ୍ତ ଜାରି ରହିଛି।