ଓଡ଼ିଶା ବୁଲିବ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍, ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଓଏଲ୍ ବ୍ୟୁରୋ: ଆଜି ଓଡ଼ିଶା ଷ୍ଟାର୍ଟଅପ ଯାତ୍ରା ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୨୦୨୩କୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶା ସରକାରଙ୍କ ଏମ୍ଏସ୍ଏମ୍ଇ ବିଭାଗର ଷ୍ଟାର୍ଟଅପ୍ ଓଡିଶା ପକ୍ଷରୁ ଏହାର ଫ୍ଲାଗସିପ ଅଭିଯାନର ଘୋଷଣା କରାଯାଇଥିଲା। ଯୁବ ପ୍ରତିଭା ମାନଙ୍କୁ ତୃଣମୂଳ ସ୍ତରରେ ସୁଦୃଢ଼ ଓ ଔଦ୍ୟୋଗିକତା କ୍ଷେତ୍ରରେ ମାର୍ଗଦର୍ଶନ ପ୍ରଦାନ ଏବଂ ସଶକ୍ତ କରିବା ପାଇଁ ଏହି ଅଭିଯାନ ସେମାନଙ୍କୁ ଷ୍ଟାର୍ଟଅପ୍ ଇକୋସିଷ୍ଟ ସିମ ମଧ୍ୟରେ ପର୍ଯ୍ୟାପ୍ତ ସୁଯୋଗ ଗୁଡିକୁ ଉପଯୋଗ କରିବା ଲାଗି ସୁସଜ୍ଜିତ କରିବାକୁ ଚାହୁଁଛି। ଏହା ପ୍ରୋତ୍ସାହିତ କରିବା, ଔଦ୍ୟୋଗିକତା ବିକଶିତ କରିବା ଓ ମହିଳା ଉଦ୍ୟୋଗୀମାନଙ୍କୁ ବର୍ଦ୍ଧିତ ସହଯୋଗ ପ୍ରଦାନ କରିବାକୁ ଏହାର ଆରମ୍ଭ କରାଯିବ। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହାର ଶୁଭାରମ୍ଭ କରିବେ।