ଭିତରକନିକାରେ ବଢ଼ିଲା ଦେଶୀୟ ପକ୍ଷୀ ସଂଖ୍ୟା, ଜାତୀୟ ଉଦ୍ୟାନରେ ଶେଷ ହେଲା ଗଣନା
ଓଏଲ୍ ବ୍ୟୁରୋ: ଭିତରକନିକା ଜାତୀୟ ଉଦ୍ୟାନକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ଭିତରକନିକାରେ ଦେଶୀୟ ପକ୍ଷୀ ସଂଖ୍ୟା ବୃଦ୍ଧି ପାଇଥିବା ଜଣା ପଡିଛି। ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀ ଗଣନା ଶେଷ ହୋଇଛି। ଚଳିତବର୍ଷ ୨୬୧୧୮ ଟି ବସାରୁ ୧୨୩୮୬୭ ଟି ପକ୍ଷୀ ଗଣନା କରାଯାଇଛି। ଗତବର୍ଷ ୨୪୬୬୪ଟି ବସାରୁ ୧୧୬୦୭୦ଟି ପକ୍ଷୀ ଗଣନା କରାଯାଇଥିଲା। ଗତବର୍ଷ ତୁଳନାରେ ଚଳିତବର୍ଷ ଭିତରକନିକାରେ ୭୭୯୭ଟି ପକ୍ଷୀ ଅଧିକ ଆସିଛନ୍ତି। ତେବେ ଏହା ପର୍ଯ୍ୟଟକଙ୍କ ପାଇଁ ଏକ ପ୍ରକାର ଖୁସି ଖବର କହିଲେ ଅତ୍ୟୁକ୍ତି ହେବ ନାହିଁ।