ନିଯୁକ୍ତିଭିତ୍ତିକ ଶିଳ୍ପ ସ୍ଥାପନରେ ବ୍ୟବହୃତ ହେବ ଅବ୍ୟବହୃତ ଜମି
ଓଏଲ୍ ବ୍ୟୁରୋ: ବିଭିନ୍ନ ଶିଳ୍ପ ଓ ଭିତ୍ତିଭୂମି ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା ବୈଠକ ହୋଇଯାଇଛି। ଶିଳ୍ପ ବିକାଶ ଓ ନିଯୁକ୍ତି ନେଇ ରାଜ୍ୟ ସରକାର ସମୀକ୍ଷା କରିଛନ୍ତି। ନିଯୁକ୍ତିଭିତ୍ତିକ ଶିଳ୍ପ ସ୍ଥାପନରେ ଅବ୍ୟବହୃତ ଜମି ବ୍ୟବହୃତ ହେବ। ଓରିଏଣ୍ଟ ପେପର ମିଲ ଓ ଓଟିଏମର ଅବ୍ୟବହୃତ ଜମି ଉପରେ ଫୋକସ କରାଯାଇଛି। ତେବେ ବିଭିନ୍ନ କ୍ଷେତ୍ରରେ ବିକାଶ ଆଣିବା ପାଇଁ ରାଜ୍ୟ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି।