Odisha Link
Bridging the Missing Links in Odisha

ହିଟ୍ ମ୍ୟାନଙ୍କ ରେକର୍ଡ, ୧୦ ହଜାର ରନ୍ କ୍ଳବରେ ହେଲେ ସାମିଲ

ପାକିସ୍ତାନକୁ ୨୨୮ ରନରେ ପରାସ୍ତ କରିଥିଲା ଭାରତ।

ଓଏଲ୍‌ ବ୍ୟୁରୋ: ଆଜି ସୁପର ଫୋର ମୁକାବିଲାର ଦ୍ୱିତୀୟ ମ୍ୟାଚରେ ଶ୍ରୀଲଙ୍କାକୁ ଭେଟିଛି ଟିମ ଇଣ୍ଡିଆ। ଆଜି ଯଦି ଟିମ ଇଣ୍ଡିଆ ଶ୍ରୀଲଙ୍କା ବିରୋଧରେ ବିଜୟ ଲାଭ କରିବ, ତେବେ ଫାଇନାଲକୁ ଯିବା ପାଇଁ ବାଟ ଫିଟିଯିବ। ତେବେ ଭାରତ ବନାମ ଶ୍ରୀଲଙ୍କା ମ୍ୟାଚରେ ଟସ ଜିତିଛି ଭାରତ। ଟସ ଜିତିବା ପରେ ରୋହିତ ଶର୍ମା ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଛନ୍ତି। ରୋହିତ ଶର୍ମା ଏବଂ ଶୁଭମନ ଗିଲ ରନ ଆରମ୍ଭ କରିଥିବାବେଳେ ୧୦ ହଜାର ରନ୍ କ୍ଳବରେ ରୋହିତ ଶର୍ମା ସାମିଲ ହୋଇଛନ୍ତି। ଭାରତୀୟ ଟିମର ଅଧିନାୟକ ରୋହିତ ଶର୍ମା ୨୪୮ତମ ମ୍ୟାଚରେ ଗୌରବ ହାସଲ କରିଛନ୍ତି।

ସୂଚନା ଅନୁସାରେ, ପାକିସ୍ତାନ ବିରୋଧରେ ଭାରତ ଦମଦାର ବିଜୟ ହାସଲ କରିଛି। ଏସିଆ କପ ସୁପର ଫୋରରେ ଭାରତ ପାକିସ୍ତାନକୁ ହରାଇ ବିଶାଳ ବିଜୟ ହାସଲ କରିବା ପରେ କ୍ରିକେଟ ପ୍ରେମୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି। ୫୦ ଓଭରରେ ଭାରତର ସ୍କୋର ୩୫୬ ରନ୍ ହୋଇଥିଲା। ପାକିସ୍ତାନକୁ ୨୨୮ ରନରେ ପରାସ୍ତ କରିଥିଲା ଭାରତ।

ବର୍ଷା ବାଧକ ସାଜିବାରୁ ରିଜର୍ଭ ଡେର ହୋଇଥିବା ଏହି ଖେଳରେ ଟିମ ଇଣ୍ଡିଆ ପାକିସ୍ତାନକୁ ୩୫୬ ରନର ଏକ ବିଶାଳ ବିଜୟ ଲକ୍ଷ୍ୟ ଦେଇଥିଲା। ବିରାଟ କୋହଲି ଓ କେଏଲ ରାହୁଲଙ୍କ ଶତକୀୟ ଇନିଂସ ବଳରେ ପାକିସ୍ତାନ ଆଗରେ ରନର ପାହାଡ ଛିଡା କରିଥିଲା ଭାରତ। କୋହଲି ୧୨୨ ଓ ରାହୁଲ ୧୧୧ ରନ କରି ଅପରାଜିତ ରହିଥିଲେ। ଦ୍ୱିତୀୟ ଦିନରେ ୧୪୭ ରନରୁ ଖେଳ ଆରମ୍ଭ କରି ରାହୁଲ ଓ କୋହଲିଙ୍କ ୨୩୩ ରନ ପାର୍ଟନରସିପ୍ ବଳରେ ଭାରତ ୩୫୫ରନ ସଂଗ୍ରହ କରିଥିଲା।

ଜବାବରେ ପାକିସ୍ତାନ ଦଳ ୩୨ ଓଭରରେ ୮ ୱିକେଟ ହରାଇ ୧୨୮ ରନ କରିପାରିଥିଲା। ଭାରତ ପକ୍ଷରୁ କୁଲଦୀପ ଯାଦବ ୫ ୱିକେଟ ନେଇ ପାକିସ୍ତାନର ବ୍ୟାଟିଂ ମେରଦଣ୍ଡକୁ ଧୂଳିସାତ କରିଦେଇଥିଲେ। ପାକିସ୍ତାନକୁ ବୃହତ ବ୍ୟବଧାନରେ ପରାଜୟ କରିବା ପରେ ସାରା ଭାରତରେ ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା। ଲୋକେ ରାସ୍ତାକୁ ଓହ୍ଲାଇ ଆସି ବାଣ ଫୁଟାଇ ବାଜା ବଜାଇ ହାତରେ ତ୍ରିରଙ୍ଗା ପତାକା ଧରି ସେଲିବ୍ରେସନ କରୁଥିବା ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.