Odisha Link
Bridging the Missing Links in Odisha

କ୍ୟାପିଟାଲ ହସ୍ପିଟାଲ ପରିସରରେ ଥମୁନି ଅଶାନ୍ତି, ଆନ୍ଦୋଳନରେ ବସିଛନ୍ତି ସଫେଇ କର୍ମଚାରୀ

ଓଏଲ୍‌ ବ୍ୟୁରୋ: କ୍ୟାପିଟାଲ ହସ୍ପିଟାଲ ପରିସରରେ ଥମୁନି ଅଶାନ୍ତି। କ୍ୟାପିଟାଲ ହସ୍ପିଟାଲର ସଫେଇ କର୍ମଚାରୀ ଆନ୍ଦୋଳନରେ ବସିଛନ୍ତି। ନୂଆ ଟେଣ୍ଡର ନୀତିକୁ ବିରୋଧ କରି ସଫେଇ କର୍ମଚାରୀ ଆନ୍ଦୋଳନ କରିଛନ୍ତି। ପାଖାପାଖି ୨୫୦ କର୍ମଚାରୀ କାଲିଠୁ ଆନ୍ଦୋଳନ ଚଳାଇଥିବାରୁ ସଫେଇ କାମ ବନ୍ଦ ରହିଛି। କାଲିଠାରୁ ସଫେଇ ହୋଇପାରୁନି, ହସ୍ପିଟାଲ ପରିସରରେ କୁଢ଼ କୁଢ଼ ଅଳିଆ ଗଦା ହୋଇଛି। ଦାୟିତ୍ୱ ନେଇଥିବା ନୂଆ ସଂସ୍ଥାର ବିଭିନ୍ନ ନୀତିକୁ ବିରୋଧ କରି ସଫେଇ କର୍ମଚାରୀ ଆନ୍ଦୋଳନରେ ବସିଛନ୍ତି।

ଅନ୍ୟପଟେ, ରାଜଧାନୀରେ ଡେଙ୍ଗୁ ଥମିବା ନାଁ ଧରୁନି। ରାଜଧାନୀ ଭୁବନେଶ୍ବରରେ ଘରେ ଘରେ ଡେଙ୍ଗୁ ସଂକ୍ରମଣ ମାଡିବାର ଖବର ସାମ୍ନାକୁ ଆସିଛି। କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରୁ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି। ୱାର୍ଡ ଭିତର ଖଟରେ ଯେତିକି ଡେଙ୍ଗୁ ଆକ୍ରାନ୍ତ ଅଛନ୍ତି, ବାରଣ୍ଡାରେ ମଧ୍ୟ ସେତିକି ଶୋଇଛନ୍ତି। ଯାହା ଏବେ ଚିନ୍ତାର ବିଷୟ ପାଲଟିଛି। ଡେଙ୍ଗୁ ସଂକ୍ରମଣକୁ ନଜରରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି।

Leave A Reply

Your email address will not be published.