Odisha Link
Bridging the Missing Links in Odisha

ସୌରିନ୍ ଭଟ୍ଟଙ୍କୁ ନେଇ ଥମୁନି ବିବାଦ, ୨ଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ ପାଇଁ ମହିଳା ଥାନାରୁ ଚିଠି

ଓଏଲ୍‌ ବ୍ୟୁରୋ: ଅଡ଼ୁଆରେ ଚର୍ଚ୍ଚିତ ଗାୟକ ସୌରୀନ ଭଟ୍ଟ। ଗାୟକ ସୌରୀନ ଭଟ୍ଟଙ୍କ ଉପରେ ଜଣେ ଯୁବତୀ ଯୌନ ଶୋଷଣ ମାମଲା ନେଇ ଅଭିଯୋଗ ଆଣିଥିବା ଜଣା ପଡିଛି। ଏହି ମାମଲାରେ ମହିଳା ଥାନା ପକ୍ଷରୁ ସୌରିନ୍ ଭଟ୍ଟଙ୍କ ୨ଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ ପାଇଁ ଚିଠି ଦିଆଯାଇଛି। କୋଲକାତାର ବ୍ୟାଙ୍କ ଅଫ୍ ବରୋଦା, କର୍ପୋରେସନ୍ ବ୍ୟାଙ୍କକୁ ଚିଠି ଦିଆଯାଇଛି।

ଅନ୍ୟପଟେ, ଗାୟକ ସୌରୀନ ଭଟ୍ଟଙ୍କ ଉପରେ ଜଣେ ଯୁବତୀ ଯୌନ ଶୋଷଣ ମାମଲାରେ ହାଇକୋର୍ଟ ସୌରିନଙ୍କ ଆଗୁଆ ଜାମିନ ଆବେଦନ ଖାରଜ କରିଥିଲେ। ବର୍ତ୍ତମାନ କମିଶନରେଟ ପୁଲିସ ଲୁକଆଉଟ ସର୍କୁଲାର ଜାରି କରିଛି। ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ଅଭିଯୋଗରେ ଗିରଫ ହୋଇପାରନ୍ତି।

ସୂଚନା ଅନୁସାରେ, ପ୍ରାଥମିକ ତଦନ୍ତ ଓ ପୀଡ଼ିତାଙ୍କ ବୟାନରୁ ସତ୍ୟାସତ୍ୟ ସାମ୍ନାକୁ ଆସିଛି। ୨୦୧୬ରୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ରହିଥିବା ତଦନ୍ତରୁ ସୂଚନା ମିଳିଛି। ପ୍ରଲୋଭନ ଓ ଧମକାଇ ପୀଡ଼ିତାଙ୍କ ସହ ସମ୍ପର୍କ ରଖିବା ଅଭିଯୋଗ ଆସିଛି। ମାମଲାରେ ସୌରିନଙ୍କ ସକ୍ରିୟ ଉପସ୍ଥିତିର ଆବଶ୍ୟକତା ରହିଥିବା କୋର୍ଟ ଦର୍ଶାଇଛନ୍ତି।

Leave A Reply

Your email address will not be published.