Odisha Link
Bridging the Missing Links in Odisha

ବିଧାୟକଙ୍କ ସନ୍ଦେହରେ ବହିଷ୍କାର ପତ୍ରରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ!

ଥିରେ ବିଶେଷ କିଛି ଅସ୍ୱାଭାବିକତା ନାହିଁ।

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଉଠୁଛି ପଡ଼ୁଛି ଓଡ଼ିଶା ରାଜନୀତି। ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟର ତିନି ପ୍ରମୁଖ ଦଳ ଅଙ୍କକଷା ଆରମ୍ଭ କରିଥିବା ବେଳେ ରାଜ୍ୟ ରାଜନୀତିର ଅଙ୍କ ସବୁ ଏବେ ବିଗିଡ଼ିବାରେ ଲାଗିଛି। କାରଣ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି। ଏହାରି ମଧ୍ୟରେ ସୌମ୍ୟ ପଟ୍ଟନାୟକ ନିଜର ଦଳୀୟ ପଦ ହରାଇଥିବା ଜଣା ପଡିଛି। ବିଜେଡିର ଉପସଭାପତି ପଦରୁ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ହଟାଇଛନ୍ତି।

ଉପସଭାପତି ପଦରୁ ବିଦା ହେବା ପରେ ସୌମ୍ୟ ରଞ୍ଜନ ପଟ୍ଟନାୟକ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଦଳର ସଭାପତି କାହାକୁ କେଉଁ ପଦରେ ରଖିବେ ଓ କାହାକୁ ବାହାର କରିବେ ତାହା ତାଙ୍କର ବ୍ୟକ୍ତିଗତ। ସେ ମୋତେ ଉପସଭାପତି ଭାବେ ନିଯୁକ୍ତି ଦେଇଥିଲେ ଓ ଏବେ ସେଥିରୁ ସେ ମୋତେ ଅନ୍ତର କରିଛନ୍ତି ତେଣୁ ଏଥିରେ ବିଶେଷ କିଛି ଅସ୍ୱାଭାବିକତା ନାହିଁ।

ସେ ଆହୁରି କହିଛନ୍ତି, ବହିଷ୍କାର ପତ୍ରରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ଉପରେ ମୋର ସନ୍ଦେହ। ମୁଖ୍ୟମନ୍ତ୍ରୀଙ୍କୁ ଭେଟି କଥା ହେବାକୁ ମୁଁ ସମୟ ମାଗିଥିଲି। ସମୟ ନଦେଇ ପଦରୁ ବହିଷ୍କାର କରାଯାଇଥିବାରୁ ସନ୍ଦେହ ହେଉଛି। କିଛି ହରାଇଲି ବୋଲି ଭାବୁନାହିଁ, ପଦରେ ଥାଇ କଣ କରୁଥିଲି କି। ଆମ ଦଳରେ ଯେଉଁମାନେ ପଦପଦବୀରେ ଥାଆନ୍ତି କଣ କରନ୍ତିକି। ଆମ ଦଳରେ ପଦପଦବୀ କେବଳ ଆଳଙ୍କରିକ ବୋଲି ସେ କହିଛନ୍ତି।

Leave A Reply

Your email address will not be published.