୧୩ ଓଡ଼ିଆ ଆଥଲେଟଙ୍କୁ ମିଳିବ ସହାୟତା ରାଶି, ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଓଏଲ୍ ବ୍ୟୁରୋ: ଏସିଆନ୍ ଗେମ୍ସ ପାଇଁ ଯୋଗ୍ୟ ୧୩ ଓଡ଼ିଆ ଆଥଲେଟଙ୍କ ପାଇଁ ଖୁସି ଖବର। ଏସିଆନ୍ ଗେମ୍ସ ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ୧୩ ଓଡ଼ିଆ ଆଥଲେଟଙ୍କ ପାଇଁ ସହାୟତା ରାଶି ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି। ପ୍ରତି ଆଥଲେଟଙ୍କୁ ୧୦ ଲକ୍ଷ ଲେଖାଏ ସହାୟତା ରାଶି ଘୋଷଣା ହୋଇଛି।
ଟ୍ରେନିଂ, ପ୍ରସ୍ତୁତି ଓ ଅଂଶଗ୍ରହଣ ପାଇଁ ୧୦ ଲକ୍ଷ ସହାୟତା ଘୋଷଣା କରାଯାଇଛି। ଆସନ୍ତା ୨୩ରୁ ଅକ୍ଟୋବର ୮ ଯାଏଁ ଚୀନରେ ଏସିଆନ୍ ଗେମ୍ ଅନୁଷ୍ଠିତ ହେବ। ଏଥିରେ ଓଡିଶାରୁ ଯୋଗ୍ୟ ବିବେଚିତ ହୋଇଥିବା ୧୩ ଓଡ଼ିଆ ଆଥଲେଟଙ୍କ ପାଇଁ ସହାୟତା ରାଶି ଘୋଷଣା କରାଯାଇଛି।