ରାଜ୍ୟରେ ନାହିଁ ବନ୍ୟା ଆଶଙ୍କା: ସର୍ବୋଚ୍ଚ ଯନ୍ତ୍ରୀ

ଓଏଲ୍ ବ୍ୟୁରୋ: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ମିଆଁମାର ଉପକୂଳସ୍ଥ ବାୟୁମଣ୍ଡଳରେ ୩.୧ ରୁ ୭.୬ କିମି ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ଆଜି ଘନୀଭୂତ ହୋଇ ସୁଦୃଶଃ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହା ଆଗାମୀ ୨ ଦିନ ଯାଏଁ ଓଡିଶା ଏବଂ ଛତିଶଗଡ ମଧ୍ୟ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି।
ରାଜ୍ୟରେ ପ୍ରବଳ ବର୍ଷା ହେଉଥିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ନେଇ ଭୟ ବଢୁଥିବାବେଳେ ଏନେଇ ସର୍ବୋଚ୍ଚ ଯନ୍ତ୍ରୀ ନିଜର ମନ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି, ରାଜ୍ୟରେ ବନ୍ୟା ଆଶଙ୍କା ନାହିଁ। ମହାନଦୀ ତଳ ମୁଣ୍ଡରେ ଅଧିକ ବର୍ଷା ନାହିଁ। ୧୬କୁ ମୁଣ୍ଡଳୀରେ ପିକ୍ ହୋଇ ୫ଲକ୍ଷ ଜଳ ପ୍ରବାହିତ ହେବ। ବର୍ତ୍ତମାନ ହୀରାକୁଦର ୧୦ଟି ଗେଟ୍ ଖୋଲାଅଛି। ଆବଶ୍ୟକ ହେଲେ ଆଉ ୫ଟି ଗେଟ୍ ଖୋଲିବ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି।