ଗିରଫ ହେଲେ ହନିଟ୍ରାପ କୁଇନ ଇରାନୀ ପାତ୍ର, ରିମାଣ୍ଡରେ ଆସିବେ ଇରାନୀଙ୍କ ସ୍ବାମୀ

ଓଏଲ୍ ବ୍ୟୁରୋ: ବହୁ ଚର୍ଚ୍ଚିତ ହନିଟ୍ରାପ କୁଇନଙ୍କ ମାମଲା ନସରୁଣୁ ଆଉ ଜଣେ ହନିଟ୍ରାପ କୁଇନ ଗିରଫ ହୋଇଛନ୍ତି। ଗିରଫ ହୋଇଥିବା ହନିଟ୍ରାପ କୁଇନ ହେଉଛନ୍ତି ଇରାନୀ ପାତ୍ର। ତେବେ ଏହି ମାମଲାରେ ଇରାନୀଙ୍କ ସ୍ବାମୀ ନିଶିକାନ୍ତ ପାତ୍ର ରିମାଣ୍ଡରେ ଆସିବେ। ୫ଦିନ ରିମାଣ୍ଡରେ ଆଣିବା ଲାଗି ଏସଡିଜେଏମ କୋର୍ଟରେ ଆବେଦନ କରିଛି।
ତେବେ ରିମାଣ୍ଡରେ ଆସିଲେ ହନିଟ୍ରାପ ଲିଙ୍କ ଖୋଲିବ ବୋଲି ଅନୁମାନ କରାଯାଉଛି। ଆଗକୁ ଇରାନୀକୁ ମଧ୍ୟ ରିମାଣ୍ଡରେ ପୁଲିସ ଆଣିବ ବୋଲି ସୂଚନା ରହିଛି। ଏବେ ସୁଦ୍ଧା ଗ୍ୟାଙ୍ଗ ବିରୋଧରେ ୩ଟି ମାମଲା ରୁଜୁ ହୋଇଥିବା ସୂଚନା ରହିଛି। ତେବେ ଏହି ମାମଲାର ତଦନ୍ତ ଆରମ୍ଭ କରାଯାଇଛି।