ପୁରୀ-କୋଣାର୍କ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା: ଜଣେ ମୃତ, ୯ରୁ ଅଧିକ ଆହତ

ଓଏଲ୍ ବ୍ୟୁରୋ: ଆଜି ପୁରୀ-କୋଣାର୍କ ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ଘଟଣାସ୍ଥଳରେ କାର-ମୋ ବସ୍ ଧକ୍କା ହେବା ଦ୍ୱାରା ଦୁର୍ଘଟଣାରେ କାର ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ଏହା ସହ ଦୁର୍ଘଟଣାରେ ପାଖାପାଖି ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ମୃତକ ହେଉଛନ୍ତି ପୁରୀ ଗୁଡ଼ିଆ ପୋଖରୀର ସତ୍ୟ ଦାସ ବୋଲି ଜଣାପଡ଼ିଛି। ଏକ କାରରେ ଏମାନେ ଭୋର ସମୟରେ ପୁରୀରୁ କୋଣାର୍କ ଯାଉଥିଲେ।
ସୂଚନା ଅନୁସାରେ, ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ପରେ ମୋ-ବସ୍ ଡ୍ରାଇଭର ବସ୍ ଭିତରେ ଫସି ରହିଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ଡ୍ରାଇଭରଙ୍କୁ ବସ୍ ଭିତରୁ ଉଦ୍ଧାର କରିଥିଲ। କାର-ମୋ ବସ୍ ଧକ୍କା ହେବା ଦ୍ୱାରା ଦୁର୍ଘଟଣାରେ କାର ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ପୁରୀ ଗୁଡ଼ିଆ ପୋଖରୀର ସତ୍ୟ ଦାସ ବୋଲି ଜଣାପଡ଼ିଛି। ଏକ କାରରେ ଏମାନେ ଭୋର ସମୟରେ ପୁରୀରୁ କୋଣାର୍କ ଯାଉଥିଲେ। ଏହି ସମୟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି।