Odisha Link
Bridging the Missing Links in Odisha

ଆଲାସ୍କାରେ ହେବ ‘ଯୁଦ୍ଧ ଅଭ୍ୟାସ’, ସାମରିକ ଅଭ୍ୟାସ ପାଇଁ ଯିବେ ଭାରତୀୟ ସେନା

ଓଏଲ୍‌ ବ୍ୟୁରୋ: ଆମେରିକାର ଆଲାସ୍କାରେ ‘ଯୁଦ୍ଧ ଅଭ୍ୟାସ’ ଆରମ୍ଭ ହେବାକୁ ଯାଉଛି। ତେବେ ହେବାକୁ ଥିବା ଯୁଦ୍ଧ ଅଭ୍ୟାସ ପାଇଁ ଆମେରିକା ଓ ରୁଷିଆକୁ ସାମରିକ ଟିମ୍‌ ପଠାଇବ ଭାରତ। ଆମେରିକାର ଆଲାସ୍କାରେ ‘ଯୁଦ୍ଧ ଅଭ୍ୟାସ’ ପାଇଁ ଯିବ ଟିମ୍‌। ଦ୍ୱିପାକ୍ଷିକ ମିଳିତ ସାମରିକ ଅଭ୍ୟାସ ପାଇଁ ଭାରତୀୟ ସେନା ଯିବେ। ଆସନ୍ତା ୨୫ରୁ ଅକ୍ଟୋବର ୮ ପର୍ଯ୍ୟନ୍ତ ଅଭ୍ୟାସ ଆରମ୍ଭ ହେବାକୁ ଥିବାବେଳେ ୩୫୦ ଯବାନ ସାମିଲ ହେବେ। ରୁଷିଆରେ ଆତଙ୍କୀ ନିରୋଧୀ କାର୍ଯ୍ୟରେ ବି ଭାରତ ସାମିଲ ହେବ। ଆସନ୍ତା ୨୫ରୁ ୩୦ ପର୍ଯ୍ୟନ୍ତ ୧୦ ଏସୀୟ ରାଷ୍ଟ୍ରର ଯବାନ ସାମିଲ ହେବେ ବୋଲି ସୂଚନା ରହିଛି। ତେବେ ଯୁଦ୍ଧ ଅଭ୍ୟାସ ଭାରତୀୟ ସେନାର ଶକ୍ତି ବଢାଇବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.