Odisha Link
Bridging the Missing Links in Odisha

ଏସୀୟ କ୍ରୀଡ଼ା: ପୁରୁଷ ହକିରେ ଭାରତର ବିପୁଳ ବିଜୟ

ଓଏଲ୍‌ ବ୍ୟୁରୋ: ଚୀନର ହାଙ୍ଗଝୌରେ ଖେଳାଯାଉଥିବା ୧୯ ତମ ଏସିଆନ୍‌ ଗେମ୍ସରେ ଭାରତୀୟ ଖେଳାଳିଙ୍କ ଦବଦବା ଜାରି ରହିଛି। ଦ୍ବିତୀୟ ଦିନର ଖେଳ ଆରମ୍ଭରୁ ହିଁ ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକ ମିଳିଥିଲା। ୧୦ ମିଟର ଏୟାର ରାଇଫଲ ଟିମ୍‌ ଇଭେଣ୍ଟରେ ଭାରତ ସ୍ୱର୍ଣ୍ଣ ପଦକ ପାଇଥିଲା। ଭାରତର ଐଶ୍ୱର୍ଯ୍ୟ ପ୍ରତାପ ସିଂ ତୋମର, ରୁଦ୍ରାକ୍ଷ ପାଟିଲ ଓ ଦିବ୍ୟାଶଂ ପାୱାରଙ୍କ ଟିମ୍‌ ମିଳିତ ଭାବେ ଗୋଲ୍ଡ ମେଡାଲ ହାସଲ କରିଥିଲେ। ତେବେ ଆଜି ମଧ୍ୟ ଏସୀୟ କ୍ରୀଡ଼ା ପୁରୁଷ ହକିରେ ଭାରତ ବିପୁଳ ବିଜୟ ହାସଲ କରିଛି। ଗ୍ରୁପ ପର୍ଯ୍ୟାୟର ଦ୍ବିତୀୟ ମୁକାବିଲାରେ ସିଙ୍ଗାପୁରକୁ ୧୬-୧ ଗୋଲ୍‌ରେ ହରାଇଲା ଭାରତ। ଅଧିନାୟକ ହରମନପ୍ରୀତ ସିଂଙ୍କ ୪ ଗୋଲ୍‌ ଓ ମନଦୀପଙ୍କ ହାଟ୍ରିକ୍‌ କରିଛନ୍ତି।

ସୂଚନା ଅନୁସାରେ, ଭାରତର ଐଶ୍ୱର୍ଯ୍ୟ ପ୍ରତାପ ସିଂ ତୋମର, ରୁଦ୍ରାକ୍ଷ ପାଟିଲ ଓ ଦିବ୍ୟାଶଂ ପାୱାରଙ୍କ ଟିମ୍‌ ମିଳିତ ଭାବେ ଗୋଲ୍ଡ ମେଡାଲ ହାସଲ କରିଥିଲେ। ଏହି ତିନି ଖେଳାଳି ବ୍ୟକ୍ତିଗତ କ୍ୱାଲିଫିକେସନ୍‌ ରାଉଣ୍ଡରେ ସମୁଦାୟ ୧୮୯୩.୭ ପଏଣ୍ଟ ହାସଲ କରିଛନ୍ତି। ଫଳରେ ସେମାନେ ନୂଆ ରେକର୍ଡ ସ୍ଥାପନ କରି ଚୀନ୍‌ କରିଥିବା ବିଶ୍ୱ ରେକର୍ଡକୁ ପଛରେ ପକାଇ ଦେଇଛନ୍ତି। ଏଥିସହ ଭାରତ ଆଜି ଏକ ବ୍ରୋଞ୍ଚ ପଦକ ବି ହାତେଇବାରେ ସକ୍ଷମ ହୋଇଛି। ଫଳରେ ସମୁଦାୟ ପଦକ ସଂଖ୍ୟା ୭ରେ ପହଞ୍ଚିଛି। ସେଥିରେ ଗୋଟିଏ ସ୍ୱର୍ଣ୍ଣ, ୩ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ ରହିଛି। ରୋଇଙ୍ଗରେ ଭାରତର ମେନ୍ସ ଫୋର ଟିମ୍‌ ବ୍ରୋଞ୍ଚ ପଦକ ହାସଲ କରିଛି। ଏହି ଟିମ୍‌ରେ ଯଶୱିନ୍ଦର, ଭୀମ, ପୁନୀତ ଓ ଆଶିଷ ଥିବା ଜଣାଯାଇଛି।

Leave A Reply

Your email address will not be published.