Odisha Link
Bridging the Missing Links in Odisha

ଚତୁର୍ଥ ଦିନରେ ମୌସୁମୀ ଅଧିବେଶନ: କୃଷି ଓ କୃଷକ ପ୍ରସଙ୍ଗକୁ ନେଇ ଗୃହ ସରଗରମ

ଓଏଲ୍‌ ବ୍ୟୁରୋ: ଚତୁର୍ଥ ଦିନରେ ଚାଲିଛି ବିଧାନସଭାର ମୌସୁମୀ ଅଧିବେଶନ। ଗତକାଲି ଭଳି ଆଜି ବି ବିଭିନ୍ନ ପ୍ରସଙ୍ଗରେ ଗୃହ ସରଗରମ ରହିବ ବୋଲି ଆଶା କରାଯାଉଥିବାବେଳେ ପ୍ରଶ୍ନକାଳରେ ଆରମ୍ଭରୁ ଡାଲି ଜାତୀୟ ଚାଷ ଜମି ପ୍ରୋତ୍ସାହନରେ ଗୃହ ସରଗରମ ହୋଇଥିବା ଦେଖିବାକୁ ମିଳିଛି। ବିଧାୟକ ଭୂପିନ୍ଦର ସିଂଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ। କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଛନ୍ତି, ରାଜ୍ୟରେ ଡାଲି ଜାତୀୟ ଚାଷକୁ ସରକାର ଫୋକସ କରୁଛନ୍ତି।

ସୂଚନା ଅନୁସାରେ, ଗତକାଲି ଦିନତମାମ ଗୃହ ମଧ୍ୟଭାଗରେ ନାରାବାଜି କରିବାରୁ ଗୃହକାର୍ଯ୍ୟ ହୋଇପାରିନଥିଲା। ବିଭିନ୍ନ ପ୍ରସଙ୍ଗ ସହିତ ୫-ଟି ସଚିବଙ୍କ ଗସ୍ତ ସମ୍ପର୍କୀତ ପ୍ରଶ୍ନକୁ ନେଇ ବିଧାନସଭାରେ ହଟ୍ଟଗୋଳ ହୋଇଥିଲା। ଅନ୍ୟପଟେ ବିଜେଡି ସଦସ୍ୟମାନେ ମାନେ ନିଜ ନିଜ ଆସନରେ ଛିଡା ହୋଇ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇଥିଲେ। ବିଶେଷ କରି ଜାତୀୟ ରାଜପଥ ନିର୍ମାଣରେ ଅବହେଳା କଥା କହି ବିଜେପି ସଭ୍ୟଙ୍କୁ ଟାର୍ଗେଟ୍ କରି ସ୍ଲୋଗାନ ଦେଇଥିଲେ। ଗୃହ ଭିତରେ ଓ ବାହାରେ ଉଭୟ ବିଜେପି ଓ କଂଗ୍ରେସ ସରକାରଙ୍କୁ ଭର୍ତ୍ସନା କରିଥିଲେ।

Leave A Reply

Your email address will not be published.