Odisha Link
Bridging the Missing Links in Odisha

ପଞ୍ଚମ ଦିନରେ ବିଧାନସଭାର ମୌସୁମୀ ଅଧିବେଶନ: ଆରମ୍ଭରୁ ଗୃହ କାର୍ଯ୍ୟ ସ୍ବାଭାବିକ

ଓଏଲ୍‌ ବ୍ୟୁରୋ: ପଞ୍ଚମ ଦିନରେ ଚାଲିଛି ବିଧାନସଭାର ମୌସୁମୀ ଅଧିବେଶନ। ଗତକାଲି ଭଳି ଆଜି ବି ବିଭିନ୍ନ ପ୍ରସଙ୍ଗରେ ଗୃହ ସରଗରମ ରହିବ ବୋଲି ଆଶା କରାଯାଉଛି। ତେବେ ଆରମ୍ଭରୁ ଗୃହ କାର୍ଯ୍ୟ ସ୍ବାଭାବିକ ଚାଲିଛି। ବିରୋଧୀଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ। ତେବେ ଗତକାଲି ହଟ୍ଟଗୋଳ ପରେ ଆଜି ବିଧାନସଭା ସରଗରମ ରହିବ ବୋଲି ଅନୁମାନ କରାଯାଉଛି।

ସୂଚନା ଅନୁସାରେ, ଗତକାଲି ବିଧାୟକ ଭୂପିନ୍ଦର ସିଂଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ। କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଥିଲେ, ରାଜ୍ୟରେ ଡାଲି ଜାତୀୟ ଚାଷକୁ ସରକାର ଫୋକସ କରୁଛନ୍ତି। ଏହା ପରେ ସ୍ୱାଧିକାର ଭଙ୍ଗ ନୋଟିସ୍‌କୁ ନେଇ ଗୃହ ସରଗରମ ହୋଇଉଠିଥିଲା। ବିଧାନସଭାରେ ଶାସକ-ବିରୋଧୀ ମୁହାଁମୁହିଁରୁ ହଟ୍ଟଗୋଳ ହୋଇଥିଲ। ଅପରାହ୍ନ ୪ଟା ଯାଏଁ ବାଚସ୍ପତି ଗୃହ ମୁଲତବି ଘୋଷଣା କରିଥିଲେ।

ସ୍ୱାଧିକାର ଭଙ୍ଗ ନୋଟିସ୍‌ ଆଣିଥିଲେ ବିରୋଧୀଦଳ ମୁଖ୍ୟ ସଚେତକ। ଗତ ୨୫ରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ନେଇ ସ୍ୱାଧିକାର ଭଙ୍ଗ ନୋଟିସ ହୋଇଛି। ବିବୃତି ମାଗି ନ ଥିଲୁ, ନିଜ ଆଡୁ ମୁଖ୍ୟମନ୍ତ୍ରୀ ବିବୃତି ରଖିଲେ ବୋଲି ସେ କହିଥିଲେ। ଫାଇଭ ଟି ସଚିବଙ୍କୁ ଘଣ୍ଟ ଘୋଡ଼ାଇବା ପାଇଁ ବିବୃତି ରଖିଥିଲେ। ବିବୃତି ରଖି ବିରୋଧୀମାନଙ୍କୁ ଜନବିରୋଧୀ କହିଥିଲେ। ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ, ଏହି ଶବ୍ଦକୁ ବାଦ୍‌ ଦିଅନ୍ତୁ ବୋଲି ମୋହନ ମାଝୀ କହିଥିଲେ।

ଅନ୍ୟପଟେ, ପୂର୍ତ୍ତ ମନ୍ତ୍ରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍‌ ଆଣିଥିଲା କଂଗ୍ରେସ। ଶୂନ୍ୟକାଳରେ ସ୍ୱାଧିକାର ଭଙ୍ଗ ନୋଟିସ୍‌ ଆଣିଲେ ବିଧାୟକ ସନ୍ତୋଷ ସିଂ ସାଲୁଜା। ବିଭାଗୀୟ ମନ୍ତ୍ରୀଙ୍କ ଖାମଖିଆଲି ଉତ୍ତର ନେଇ ସ୍ୱାଧିକାର ଭଙ୍ଗ ନୋଟିସ୍‌। ଏହା ସହ ବିରୋଧୀ ଦଳ ନେତା ଜୟ ନାରାୟଣଙ୍କ ନାଁରେ ସ୍ୱାଧିକାର ଭଙ୍ଗ ନୋଟିସ୍‌ ଆଣିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ନାଁରେ ଆଣିଥିବା ଅଭିଯୋଗ ଉପରେ ନୋଟିସ୍ କରିଥିଲେ। ବିରୋଧୀ ପଲିଟିକାଲ ଗିମିକ୍‌ କରୁଛନ୍ତି ବୋଲି ମନ୍ତ୍ରୀ ପୂଜାରୀ କହିଥିଲେ।

Leave A Reply

Your email address will not be published.