Odisha Link
Bridging the Missing Links in Odisha

ମାଛ ଘେରିରୁ ଧରା ହେଲା କୁମ୍ଭୀର, କେନ୍ଦ୍ରାପଡ଼ାରେ ସୃଷ୍ଟି କରିଥିଲା ଆତଙ୍କ

ଓଏଲ୍‌ ବ୍ୟୁରୋ: କେନ୍ଦ୍ରାପଡ଼ାରେ କୁମ୍ଭୀରକୁ ନେଇ ଲୋକମାନଙ୍କ ମନରେ ଆତଙ୍କ ଖେଳିଯାଇଛି। ଲୁଣା ନଦୀରେ କୁମ୍ଭୀର ଆତଙ୍କ ସୃଷ୍ଟି କରଥିଲା। ତେବେ ଏହି ଆତଙ୍କ ସୃଷ୍ଟି କରିଥିବା କୁମ୍ଭୀର ଆଜି ଧରାପଡିଥିବା କୁହାଯାଉଛି। ପେଣ୍ଠ ଖଣ୍ଡମରା ରାସ୍ତାରେ ବୁଲୁଥିବା କୁମ୍ଭୀର କାବୁ କରାଯାଇଛି। ସ୍ଥାନୀୟ ଲୋକେ କୁମ୍ଭୀରକୁ କାବୁ କରିଛନ୍ତି। ପେଣ୍ଠ ଦୋବନ୍ଧିର ମାଛ ଘେରିରୁ କୁମ୍ଭୀର ଧରା ହେଲା। ରାତିରେ କୁମ୍ଭୀର ବୁଲିବାର ଭିଜୁଆଲ ଭାଇରାଲ ହୋଇଥିଲା।

ସୂଚନା ଅନୁସାରେ, ପୂର୍ବରୁ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ନିକଟସ୍ଥ ବ୍ରାହ୍ମଣୀ ନଦୀକୁ ଜଣେ ଯୁବକଙ୍କୁ କୁମ୍ଭୀର ଟାଣି ନେଇଥିବା ସୂଚନା ରହିଛି। ପରେ ମାର୍ଶାଘାଇ ଏବଂ ଅନ୍ୟାନ୍ୟ ସ୍ଥାନରେ ଏଭଳି ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଥିଲା। ବାରମ୍ବାର ଏଭଳି କୁମ୍ଭୀର ଆକ୍ରମଣ କାରଣରୁ ଗ୍ରାମବାସୀଙ୍କ ମନରେ ଭୟର ବାତ୍ତାବରଣ ସୃଷ୍ଟି କରିଥିଲା।

Leave A Reply

Your email address will not be published.