ଲୁଗା ଦୋକାନରେ ଅଗ୍ନିକାଣ୍ଡ ଘଟଣା: ନିଆଁ ଲାଗିବାର କାରଣ କହିଲେ ଫାୟାର ସେଫ୍ଟି ଅଧିକାରୀ
ଓଏଲ୍ ବ୍ୟୁରୋ: କଟକ ଚୌଧୁରୀ ବଜାରର ଏକ ଲୁଗା ଦୋକାନରେ ଅଗ୍ନିକାଣ୍ଡ ହୋଇଥିବା ଖବର ସାମ୍ନାକୁ ଆସିଛି। ୪ ଘଣ୍ଟାରୁ ଅଧିକ ହେଲାଣି ହୁତୁହୁତୁ ହୋଇ ଜଳୁଥିଲା ଦୋକାନ। ପ୍ରାୟ ୪ ଘଣ୍ଟା ପରେ ଚୌଧୁରୀ ବଜାର ନିଆଁ ଆୟତ୍ତ ହୋଇଥିଲା। ୯ଟି ଅଗ୍ନିଶମ ଟିମ୍ର ଅକ୍ଲାନ୍ତ ପରିଶ୍ରମ ପରେ ନିଆଁ ଆୟତ୍ତ କରାଯାଇଛି। ସକାଳୁ ସକାଳୁ ଏକ ପୁରୁଣା ବିଲ୍ଡିଂରେ ଲାଗିଥିଲା ନିଆଁ। ଗ୍ରାଉଣ୍ଡ ଫ୍ଲୋରରେ ଥିବା ଏକ ଲୁଗା ଦୋକାନରେ ନିଆଁ ଲାଗିଥିଲା। ତଳ ମହଲାରେ ନିଆଁ ଲାଗିବା ପରେ ଉପର ମହଲାକୁ ବ୍ୟାପିବାରେ ଲାଗିଥିଲା।
ଚୌଧୁରୀ ବଜାର ଅଗ୍ନିକାଣ୍ଡ ପରେ ଚୌଧୁରୀ ବଜାରରେ ପହଞ୍ଚି ଜିଲ୍ଲାପାଳ ସ୍ତିତି ଅନୁଧ୍ୟାନ କରିଥିଲେ। ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲ୍ଲାପାଳ କହିଥିବାବେଳେ ନିଆଁ ଲାଗିବାର କାରଣ କହିଥିଲେ ଡେପୁଟି ଫାୟାର ସେଫ୍ଟି ଅଧିକାରୀ। ବିଲ୍ଡିଂରେ କୌଣସି ଫାୟାର ସେଫ୍ଟି ବ୍ୟବସ୍ଥା ନଥିଲା। ଫାୟାର ସେଫ୍ଟି ବ୍ୟବସ୍ଥା ନଥିବାରୁ ଏତେ ବଡ଼ ଅଗ୍ନିକାଣ୍ଡ ହୋଇଛି। ନିଆଁକୁ ଆୟତ୍ତ କରିବା ଏକ ବଡ଼ ଚ୍ୟାଲେଞ୍ଜ ଥିଲା। ଘଟଣାସ୍ଥଳରେ ୧୦ଟି ଅଗ୍ନିଶମ ଟିମ୍ ନିୟୋଜିତ ହୋଇ ନିଆଁକୁ ଆୟତ୍ତ କରିଛନ୍ତି।