ବିଜେଡିରୁ ବିଦା ହେଲେ ଅନୁଗୁଳର ୨ ଯୁବ ନେତା
ଓଏଲ୍ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଉଠୁଛି ପଡ଼ୁଛି ଓଡ଼ିଶା ରାଜନୀତି। ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟର ତିନି ପ୍ରମୁଖ ଦଳ ଅଙ୍କକଷା ଆରମ୍ଭ କଲେଣି। ତେବେ ନିର୍ବାଚନ ପାଖେଇ ଆସୁଥିବାବେଳେ ଆକ୍ସନ ମୋଡରେ ବିଜୁ ଜନତା ଦଳ।
ବିଜେଡିରୁ ସସପେଣ୍ଡ୍ ହେଲେ ଅନୁଗୁଳର ଦୁଇ ଯୁବ ନେତା। ଦଳ ବିରୋଧୀ କାର୍ଯ୍ୟ ପାଇଁ ସସପେଣ୍ଡ୍ ହୋଇଛନ୍ତି। ଉପସଭାପତି ସୁଜିତ୍ ପ୍ରସାଦ ଦିବେଦୀ ଏବଂ ସଭାପତି ଅଜିତ ପ୍ରସାଦ ଦିବେଦୀ ନିଲମ୍ବିତ ହୋଇଛନ୍ତି। ଏନେଇ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସୂଚନା ଦେଇଛନ୍ତି।