Odisha Link
Bridging the Missing Links in Odisha

ସୁସ୍ମିତା ମିଞ୍ଜ ଓ ଏଏସ୍ଆଇ ଲୁଗୁନଙ୍କ ମୃତ୍ୟୁ ଘଟଣା: ମୁହଁ ଖୋଲିଲେ ରାଉରକେଲା ଏସ୍‌ପି

ଓଏଲ୍ ବ୍ୟୁରୋ: ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ଓ ଏଏସଆଇ ଏ.ଏନ.ଲୁଗୁନଙ୍କ ମୃତ୍ୟୁକୁ ନେଇ ସନ୍ଦେହ ବଢୁଥିବାବେଳେ ଦୁଇ ମୃତ୍ୟୁ ମାମଲାକୁ ନେଇ ରାଉରକେଲା ଏସ୍ ପି ମିତ୍ରଭାନୁ ମହାପାତ୍ର ସୂଚନା ଦେଇଛନ୍ତି। ଦୁଇଟି ଯାକ ମୃତ୍ୟୁ ଘଟଣାରେ କୌଣସି ସଂଯୋଗ ନାହିଁ। ଏଏସଆଇ ଆଲିଶା ଲୁଗୁନ୍ ସୁସ୍ମିତା ମିଞ୍ଜ୍‌ଙ୍କର ପିଏସଓ ନଥିଲେ। ଏହାସହ ଉଭୟ ଘଟଣାର ତଦନ୍ତ ହେଉଛି ଏବଂ ଖୁବ୍‌ ଶୀଘ୍ର ରିପୋର୍ଟ ଆସିବ ବୋଲି ରାଉରକେଲା ଏସପି ମିତ୍ରଭାନୁ ମହାପାତ୍ର ସୂଚନା ଦେଇଛନ୍ତି।

ଅନ୍ୟପଟେ, ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ୍‌ ମୃତ୍ୟୁ ମାମଲାରେ ଗୁରୁଣ୍ଡିଆ ବ୍ଲକର ବିଡିଓ ଓ ସିଡିପିଓଙ୍କୁ ପୁଲିସ ପଚରାଉଚରା କରିଛି। ତଦନ୍ତ ଅଧିକାରୀ ଡିଏସ୍‌ପି ବନିତା ମାଝୀ ପଚରାଉଚରା କରିଛନ୍ତି। ବିଡିଓ ଏବଂ ସିଡିପିଓଙ୍କ ବିରୋଧରେ ଲିଖିତ ଅଭିଯୋଗ ହୋଇଥିଲା। ମୃତ ସୁସ୍ମିତାଙ୍କ ପରିବାର ଲୋକେ ଲିଖିତ ଅଭିଯୋଗ କରିଥିଲେ।

ସୂଚନା ଅନୁସାରେ, ଏକ ଯାତ୍ରୀବାହୀ ବସ ଓ କାର ଦୁର୍ଘଟଣା ମାମଲାରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଖବର ପାଇ ଏଏସ୍ଆଇ ଘଟଣାସ୍ଥଳକୁ ଯାଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଆଲିସା ନରିନ ଲୁଗୁନ, ମହିଳା ଆସିଷ୍ଟାଂଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ସୁରକ୍ଷା ଦାୟିତ୍ୱରେ ଥିଲେ। ତେବେ ଏଏସ୍ଆଇଙ୍କ ମୃତ୍ୟୁକୁ ନେଇ ପୁଲିସ ତଦନ୍ତ ଜାରି କରିଛି।

Leave A Reply

Your email address will not be published.