ଏସିଆନ୍ ଗେମ୍ସ: ତୀରନ୍ଦାଜୀରେ ଭାରତ ହାସଲ କଲା ଆଉ ଏକ ପଦକ
ଓଏଲ୍ ବ୍ୟୁରୋ: ଚୀନର ହାଙ୍ଗଝୌରେ ଖେଳାଯାଉଥିବା ୧୯ ତମ ଏସିଆନ୍ ଗେମ୍ସରେ ଭାରତୀୟ ଖେଳାଳିଙ୍କ ଦବଦବା ଜାରି ରହିଛି। ଏସୀୟ କ୍ରୀଡ଼ା ତୀରନ୍ଦାଜୀରେ ଭାରତକୁ ବ୍ରୋଞ୍ଜ ମିଳିଛି। ମହିଳା ରିକର୍ଭ ଟିମ୍ ଇଭେଣ୍ଟରେ ବ୍ରୋଞ୍ଜ ପଦକ ମିଳିଛି। ଭିଏତନାମକୁ ୬-୨ରେ ହରାଇ ବ୍ରୋଞ୍ଜ ପଦକ ହାସଲ କରିଛି। ଅଙ୍କିତା, ଭଜନ କୌର ଓ ସିମରନ୍ଜିତ୍ଙ୍କ ସଫଳତା ମିଳିଛି। ୨୧ ସ୍ୱର୍ଣ୍ଣ, ୩୨ ରୌପ୍ୟ, ୩୪ ବ୍ରୋଞ୍ଜ ସହ ଭାରତ ପଦକ ସଂଖ୍ୟା ୮୭ରେ ପହଂଚିଛି। ସ୍କ୍ୱାସରେ ଭାରତକୁ ରୌପ୍ୟ ମିଳିଛି। ସୌରଭ ଘୋସାଲ ଏହି ବ୍ୟକ୍ତିଗତ ସ୍କ୍ୱାସରେ ଭାରତକୁ ରୌପ୍ୟ ବିଜେତା କରାଇଛନ୍ତି। ଏହା ସହ ତୀରନ୍ଦାଜୀରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ମିଳିଛି। ପୁରୁଷ ଟିମ୍ ଇଭେଣ୍ଟରେ କୋରିଆକୁ ହରାଇ ସ୍ୱର୍ଣ୍ଣ ହାସଲ କରିଛନ୍ତି।
ସେହିପରି ଏସୀୟ କ୍ରୀଡ଼ା ସ୍କ୍ୱାସରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ମିଳିଛି। ମିକ୍ସଡ ଡବଲ୍ସରେ ମାଲେସିଆକୁ ହରାଇ ଭାରତ ସ୍ୱର୍ଣ୍ଣ ପଦକ ହାସଲ କରିଛି। ଦୀପିକା ପାଲିକଲ-ହରିନ୍ଦର ପାଲ୍ ସିଂ ଯୋଡ଼ିକୁ ସ୍ୱର୍ଣ୍ଣ ପଦକ ମିଳିଛି। ମହିଳା ଟିମ୍ ଇଭେଣ୍ଟରେ ଭାରତକୁ ସ୍ୱର୍ଣ୍ଣ ମିଳିଛି। ଜ୍ୟୋତି, ଅଦିତି ଓ ପରନୀତ କୌର ଏହି ସଫଳତା ହାସଲ କରିଛନ୍ତି। ଏସୀୟ କ୍ରୀଡ଼ା ମହିଳା ୮୦୦ ମିଟର ଦୌଡ଼ରେ ଭାରତକୁ ରୌପ୍ୟ ମିଳିଛି। ହର୍ମିଲାନ ବେନ୍ସ ୮୦୦ ମିଟରରେ ଜିତିଲେ ରୌପ୍ୟ। ରେସଲିଂର ୮୭ କେଜି ବର୍ଗରେ ସୁନୀଲ କୁମାରଙ୍କୁ ବ୍ରୋଞ୍ଜ ମିଳିଛି। ହକି ଫାଇନାଲରେ ଭାରତ ପହଂଚିଛି। ସେମି ଫାଇନାଲରେ ଦକ୍ଷିଣ କୋରିଆକୁ ୫-୩ ଗୋଲ୍ରେ ହରାଇ ଭାରତ ଫାଇନାଲରେ ପହଂଚିଛି। ମହିଳା ବକ୍ସିଂରେ ଭାରତକୁ ରୌପ୍ୟ ମିଳିଛି। ୭୫ କେଜି ବର୍ଗରେ ଲଭଲିନା ରୌପ୍ୟ ହାସଲ କରିଛନ୍ତି।
ଅନ୍ୟପଟେ, ଏସୀୟ କ୍ରୀଡ଼ା ସ୍କ୍ୱାସ୍ରେ ଭାରତକୁ ଆଉ ଏକ ବ୍ରୋଞ୍ଜ ମିଳିଛି। ଅନାହତ-ଅଭୟଙ୍କ ଯୋଡ଼ିଙ୍କୁ ବ୍ରୋଞ୍ଜ ପଦକ ମିଳିଛି। ସେହିଭଳି ଏସୀୟ କ୍ରୀଡ଼ାରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ମିଳିଛି। ତୀରନ୍ଦାଜୀରେ ଭାରତକୁ ସ୍ୱର୍ଣ୍ଣ ପଦକ ମିଳିଥିବାବେଳେ ମିକ୍ସଡ ଟିମ୍ ଇଭେଣ୍ଟରେ ଭାରତ ସ୍ୱର୍ଣ୍ଣ ପଦକ ବିଜେତା ହୋଇଛି। ଜ୍ୟୋତି ଭେନମ ଓ ଓଜାସ ଡିଓଟାଲେ ସ୍ୱର୍ଣ୍ଣ ପଦକ ବିଜେତା ହୋଇଛନ୍ତି। ଚଳିତ ଏସିଆଡ୍ରେ ଭାରତର ରେକର୍ଡ ପଦକ ହାସଲ କରିଛି। ୨୦୧୮ ଜାକର୍ତ୍ତା ଏସିଆଡ୍ରେ ୭୦ ପଦକ ଭାରତ ଜିତିଥିଲା।