Odisha Link
Bridging the Missing Links in Odisha

ଏୟାରଷ୍ଟ୍ରାଇକ୍ କରୁଛି ଇସ୍ରାଏଲ, ଯୁଦ୍ଧରେ ଗଲାଣି ଅନେକ ଜୀବନ

ଓଏଲ୍‌ ବ୍ୟୁରୋ: ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଯୁଦ୍ଧର ତୃତୀୟ ଦିନରେ ଇସ୍ରାଏଲି ସେନା ଓ ହମାସ୍ ଆତଙ୍କବାଦୀ ସଙ୍ଗଠନ ମଧ୍ୟରେ ଭୀଷଣ ସଂଘର୍ଷ ଯୋଗୁଁ ଇସ୍ରାଏଲର ଅନେକ ଅଞ୍ଚଳ ଭାରୀ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ହମାସର ବିଭିନ୍ନ ଠିକଣା ଉପରେ ଖୋଜି ଖୋଜି ଏୟାରଷ୍ଟ୍ରାଇକ୍ କରୁଛି। ଏହାସହ ୩୦୦୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡିଛି। ଇସ୍ରାଏଲ ସହ ପାଲେଷ୍ଟାଇନ ଯୁଦ୍ଧ ଫଳରେ ମୃତ୍ୟୁସଂଖ୍ୟା ୧୧ଶହ ଟପିଛି। ଉଭୟ ପକ୍ଷରୁ ୧୧ଶହ ମୃତ୍ୟୁ ନେଇ ଗଣମାଧ୍ୟମରେ ସୂଚନା ଦିଆଯାଇଛି।

ସୂଚନା ଅନୁସାରେ, ଗତ ଶନିବାର ହମାସ ଆତଙ୍କବାଦୀ ଇସ୍ରାଏଲର ପ୍ରମୁଖ ସହର ଉପରେ ୫ହଜାର ମିସାଇଲ ମାଡ କରିିଥିଲା। ଏହାସହ ଇସ୍ରାଏଲରେ ଅନୁପ୍ରବେଶ କରି ଅନେକ ସାଧାରଣ ନାଗରିକଙ୍କ ହତ୍ୟା କରିବା ସହ ଦୁଇ ଶହରୁ ଅଧିକ ଲୋକଙ୍କୁ ହମାସ ଆତଙ୍କୀ ଅପହରଣ କରିନେଇଥିଲେ। ଏହାର ପ୍ରତିଶୋଧ ନେବା ପାଇଁ ଇସ୍ରାଏଲ ଯୁଦ୍ଧ ଡାକରା ଦେଇଛି। ଗାଜା ପଟ୍ଟି ଉପରେ ଇସ୍ରାଏଲ ସେନା ଜୋରଦାର ପାଲଟା ଆକ୍ରମଣ କରୁଛି।