ଏଥର କୁମାର ପୂର୍ଣ୍ଣିମା ଦିନ ପାଳନ ହେବ ଚନ୍ଦ୍ର ଗ୍ରହଣ; ଶ୍ରୀମନ୍ଦିର ହେବ ସ୍ଵତନ୍ତ୍ର ନୀତି

ଓଏଲ୍ ବ୍ୟୁରୋ: ଚନ୍ଦ୍ର ଗ୍ରହଣ ଓ ସୂର୍ଯ୍ୟପରାଗ ଏକ ମହାଜାଗତିକ ଘଟଣା। ପରାଗ ଓ ଗ୍ରହଣ ଏକ ଛାଇ ଆଲୁଅର ଖେଳ ଯାହା ସୂର୍ଯ୍ୟ, ଚନ୍ଦ୍ରର ଓ ପୃଥିବୀର ଏକ ବିଶେଷ ଅବସ୍ଥିତିରେ ଘଟିଥାଏ।ବିଜ୍ଞାନର ବ୍ୟାଖ୍ୟାନରେ ଚନ୍ଦ୍ର ଉପଛାୟାରେ ପ୍ରବେଶ କରିବା ସହ ଗ୍ରହଣ ଆରମ୍ଭ ହୁଏ ଓ ଏଥିରୁ ସମ୍ପୂର୍ଣ ବାହାରିଗଲା ପରେ ଗ୍ରହଣ ଶେଷ ହୁଏ।
ଅନେକ ସମୟରେ ଚନ୍ଦ୍ର ଛାୟା ଭିତରେ ପ୍ରବେଶ ନକରି ଉପଛାୟାରେ ପ୍ରବେଶ କରି ବାହାରି ଯାଇଥାଏ। ଯେହେତୁ ଚନ୍ଦ୍ର ଉପଛାୟାର ଥିବା ସମୟରେ ଖାଲି ଆଖିରେ ଦେଖିହୁଏ ନାହିଁ। ବୋଧେ ସେଥିପାଇଁ ଆମ ଶାସ୍ତ୍ରରେ ଏହାକୁ ଗ୍ରହଣ ରୂପେ ଗଣନା କରାଯାଏ ନାହିଁ ଓ କୌଣସି ପଞ୍ଜିକାରେ ଏହା ଉଲ୍ଲେଖ ନାହିଁ କିନ୍ତୁ ବେଇଜ୍ଞାନିକ ମାନେ ଏହାକୁ ଗ୍ରହଣ ରୂପେ ଗଣନା କରନ୍ତି କାରଣ ଏଠି ଚନ୍ଦ୍ରର ଛାଇ ପୃଥିବୀ ଉପରେ ପଡୁଛି।
ତେବେ ଏଥର କୁମାର ପୂର୍ଣ୍ଣିମାରେ ପଡୁଛି ରାହୁଗ୍ରସ୍ତ ଖଣ୍ଡ ଗ୍ରାସ ଚନ୍ଦ୍ର ଗ୍ରହଣ। ଏଥିପାଇଁ ଶ୍ରୀମନ୍ଦିର ସ୍ଵତନ୍ତ୍ର ନୀତି ଅନୁଷ୍ଠିତ ହେବ। ଏହି ଦିନ ଚକ୍ରରାଜ ସୁଦର୍ଶନ ଚାରିଆଶ୍ରମ ପରିକ୍ରମା କରି ରତ୍ନସିଂହାସନରେ ବେଜେ କରିବେ ଯାହା ଗ୍ରହଣ ସ୍ପର୍ଶର ୯ଘଣ୍ଟା ପୂର୍ବରୁ ପାକତ୍ୟାଗ ସମୟ ଦିନ ୪ଟା ୪ମିନିଟ ୫୫ସେକେଣ୍ଡ ପୂର୍ବରୁ ସମ୍ପନ୍ନ ହେବ। ସେଥିପାଇଁ ସମସ୍ତ ପାଳିଆ ସେବକଙ୍କର ସହଯୋଗ କାମନା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୂ ନିଆଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।
ଅନ୍ୟପଟେ ୧ଘଣ୍ଟା ୧୯ ସେକଣ୍ଡର ଚନ୍ଦ୍ର ଗ୍ରହଣକୁ ଦେଖିବାରେ ସୁଯୋଗ ରହିଛି ୬ଟି ରାଶି ପାଇଁ ଅଶୁଭ ଥିବାବେଳେ ୬ଟି ରାଶି ପାଇଁ ଶୁଭଫଳ ରହିଛି ବୋଲି ଜ୍ୟୋତିର୍ବିଦ କହିଛନ୍ତି। ୬ଟି ରାଶି ପାଇଁ ଶୁଭ ହୋଇଥିବାବେଳେ ୬ଟି ରାଶି ପାଇଁ ଅଶୁଭ ଫଳଦାୟକ ହୋଇଥାଏ। ମେଷ, ବୃଷ, କର୍କଟ, ସିଂହ, କନ୍ୟା ତୁଳା ପାଇଁ ଅଶୁଭ ଥିବାବେଳେ ମିଥୁନ, ବିଛା, ଧନୁ , ମକର, କୁମ୍ଭ ଓ ମୀନପାଇଁ ଶୁଭ ଫଳଦାୟକ ବୋଲି ଜ୍ୟୋତିର୍ବିଦ କହିଛନ୍ତି।