Odisha Link
Bridging the Missing Links in Odisha

ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜ ମୃତ୍ୟୁ ଘଟଣା: ଏପର୍ଯ୍ୟନ୍ତ ରହସ୍ୟ ଉପରୁ ହଟିନି ପରଦା

ଓଏଲ୍‌ ବ୍ୟୁରୋ: ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁକୁ ସନ୍ଦେହ ବଢୁଥିବାବେଳେ ସାମ୍ନାକୁ ଆସିଥିଲା ଶବ ବ୍ୟବଚ୍ଛେଦ ରିପୋର୍ଟ। ରାଉରକେଲା ସହକାରୀ ଜିଲ୍ଲାପାଳ ପାଣିରେ ବୁଡ଼ି ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ହୋଇଥିଲା। ତେବେ ଏହି ଘଟଣାରୁ ଶୀଘ୍ର ପର୍ଦ୍ଦା ହଟିବ ବୋଲି ତଦନ୍ତକାରୀ ଅଧିକାରିଣୀ କହିଛନ୍ତି। ସୁସ୍ମିତାଙ୍କ ମୋବାଇଲ ଫୋନ୍‌ ହୋଟେଲରୁ ଜବତ କରାଯାଇଛି। ମେସେଜ, ହ୍ବାଟ୍ସଆପ, ଇନଷ୍ଟାଗ୍ରାମ ଯାଞ୍ଚ ପାଇଁ ଭୁବନେଶ୍ୱର ପଠାଇଛୁ। ତଦନ୍ତରେ କିଛି କ୍ଲୁ ମିଳିଛି ବୋଲି ଡିଏସପି ବନିତା ମାଝୀ କହିଛନ୍ତି।

ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ମୃତ୍ୟୁ ଘଟଣା ଏବେ ବି ରହସ୍ୟ ଘେରରେ ରହିଛି। ଏହି ମାମଲାରେ ତଦନ୍ତ ଚାଲିଥିବାବେଳେ ଆଉ ଏକ ହୋଟେଲ୍‌ରେ ଚଢ଼ାଉ ଚାଲିଥିଲା। ହୋଟେଲ ‘ଅନୁରାଗ’ ଯାଇ ଯାଞ୍ଚ କରିବା ସହ ହୋଟେଲ ‘ଅନୁରାଗ’ର ମ୍ୟାନେଜରଙ୍କୁ ଏସ୍‌ପି ଅଫିସରେ ଜେରା କରାଯାଇଥିଲା।

ମିଳିଥିବା ସୂଚନା ମୁତାବକ, ସୁସ୍ମିତା ବିବାହର କିଛି ମାସ ପରେ ସ୍ବାମୀଙ୍କଠାରୁ ଅଲଗା ରହୁଥିଲେ। ରାଜଗାଙ୍ଗପୁର ରାମବାହାଲସ୍ଥ ଘରୁ ପ୍ରତିଦିନ ରାଉରକେଲା ଏଡିଏମ୍‌ ଅଫିସକୁ ଆସୁଥିଲେ। ସଂଧ୍ୟାରେ କାମ ସାରି ଘରକୁ ଫେରୁଥିଲେ। ହେଲେ ୧୬ ତାରିଖରେ ଏଡିଏମ୍‌ ଅଫିସ୍‌ରେ ବୈଠକ ଆଳ ଦେଖାଇ ଘରକୁ ନ ଫେରିବାରୁ ପରିବାର ଲୋକଙ୍କ ସନ୍ଦେହ ହୋଇଥିଲା।

ପରଦିନ ଅର୍ଥାତ୍‌ ୧୭ ତାରିଖ ସକାଳେ ତାଙ୍କ ଭାଇ ସନ୍ଦୀପ ଭଉଣୀଙ୍କୁ ଖୋଜିବାକୁ ପୁଣି ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସ୍‌କୁ ଆସିଥିଲେ। ନ ପାଇବାରୁ ଉଦିତନଗର ଥାନାରେ ତାଙ୍କ ଭଉଣୀ ନିଖୋଜ ହୋଇ ଯାଇଥିବା ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ।

ଗତ ୧୯ ତାରିଖରେ ସହକାରୀ ଜିଲ୍ଲାପାଳଙ୍କ ମୃତଦେହ ମିଳିଥିଲା। ସିବିଆଇ ତଦନ୍ତ ଦାବିରେ ଆଦିବାସୀ ମହିଳା ଏଡିଏମ୍‌ ଅଫିସ ଘେରିଥିଲେ। ସୁସ୍ମିତା ରହୁଥିବା ହୋଟେଲରୁ ଦୁଇଟି ସିସିଟିଭି ପୁଲିସ ଜବତ କରିଥିଲା। ସିିସିଟିଭି ଆଧାରରେ ପୁଲିସ ତଦନ୍ତ ଜାରି ରଖିଛି। ଏହାରି ମଧ୍ୟରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୁଲିସ ସୁସ୍ମିତା ମଞ୍ଜଙ୍କ ମୃତଦେହ ନିକଟରୁ ୫ହଜାର ଟଙ୍କା ଓ ଗୋଟିଏ ମୁଦି ଜବତ କରିଥିଲା।

Leave A Reply

Your email address will not be published.