Odisha Link
Bridging the Missing Links in Odisha

ପାର୍ବଣ ସମୟରେ ବଢିଛି ଲୁଟ୍, ସୋସିଆଲ ମିଡିଆକୁ ଦାୟୀ କଲେ ପୁଲିସ କମିଶନର

ଓଏଲ୍‌ ବ୍ୟୁରୋ: ମାତିଛନ୍ତି ଲୁଟେରା ଗ୍ୟାଙ୍ଗ। କେତେବେଳେ କେଉଁ ସରକାରୀ ବାବୁ ତ କେତେବେଳେ ସାଧାରଣ ଜନତା ଏହି ଲୁଟେରା ଗ୍ୟାଙ୍ଗର ଶିକାର ହେଉଛନ୍ତି। ପାର୍ବଣ ସମୟରେ ମଧ୍ୟ ଅନେକ ଚୋରି ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏ ସଂପର୍କରେ ପୁଲିସ କମିଶନର ନିଜର ମନ୍ତବ୍ୟ ରଖିଛନ୍ତି।

ପୁଲିସ କମିଶନର କହିଛନ୍ତି, ସାଧାରଣ ଲୋକଙ୍କର ବି କିଛି ଦାୟିତ୍ବ ରହୁଛି। ବାହାରକୁ ବୁଲିବାକୁ ଗଲେ, ଲୋକେ ସୋସିଆଲ ମିଡିଆରେ ପକାଉଛନ୍ତି। ସେମାନେ କେତେଦିନ ବାହାରେ ରହିବେ, ସମସ୍ତଙ୍କୁ ଜଣାଇ ଦେଉଛନ୍ତି। ଏହାଦ୍ବାରା ସେମାନଙ୍କ ଅନୁପସ୍ଥିତ ସୂଚନା ସମସ୍ତେ ଜାଣିଯାଉଛନ୍ତି। ଲୋକଙ୍କର ବି କିଛି ଦାୟିତ୍ବ ରହୁଛି, ସେମାନେ ସଚେତନ ରହନ୍ତୁ ବୋଲି କହିଲେ ପୁଲିସ କମିଶନର କହିଛନ୍ତି।