ବଡ଼ଦେଉଳରେ ଅସମ୍ଭାଳ ଭିଡ଼; ଠେଲାପେଲାରେ ୧୦ ଆହତ
ଓଏଲ୍ ବ୍ୟୁରୋ: ଆରମ୍ଭ ହୋଇଛି ହିନ୍ଦୁ ଧର୍ମର ଧାର୍ମିକ ମାସ ଯାହାକୁ କାର୍ତ୍ତିକ ମାସ ବୋଲି କୁହାଯାଏ। କାର୍ତ୍ତିକ ମାସ ଯୋଗୁଁ ବଡ ଦେଉଳରର ପ୍ରବଳ ଭିଡ଼ ଜମିଛି। ଜଗା ଦର୍ଶନ ପାଇଁ ପୁରୀ ଶ୍ରୀମନ୍ଦିରରେ ମଙ୍ଗଳ ଆଳତି ସମୟରେ ଠେଲାପେଲା ହୋଇଥିବା ଖବର ସାମ୍ନାକୁ ଆସିଛି। ଠେଲାପେଲାରେ ୧୦ରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ସାମାନ୍ୟ ଆହତ ହୋଇଛନ୍ତି। ପୁରୀ ବଡ଼ ମେଡିକାଲରେ ଚିକିତ୍ସା ପରେ ଫେରିଥିବା ସୂଚନା ରହିଛି। ଚାରିଦ୍ୱାର ନ ଖୋଲିବା ଦ୍ୱାରା ଏଭଳି ଘଟଣା ଘଟୁଥିବା ଶ୍ରଦ୍ଧାଳୁ ଅଭିଯୋଗ ଆଣିଛନ୍ତି।