ଝଲସୁଛି ଶକ୍ତିପୀଠ; ବିଭିନ୍ନ ପୂଜା ମଣ୍ଡପରେ ଚାଲିଛି ମା’ କାଳୀଙ୍କ ପୂଜାର୍ଚ୍ଚନା
ଓଏଲ୍ ବ୍ୟୁରୋ: ଝଲସୁଛି ବିଭିନ୍ନ ପୂଜା ମଣ୍ଡପ। ବିଭିନ୍ନ ପୂଜା ମଣ୍ଡପରେ ଚାଲିଛି ମା’ କାଳୀଙ୍କ ପୂଜାର୍ଚ୍ଚନା। ତେବେ କାଳୀପୂଜା ପାଇଁ ଭଦ୍ରକ ପ୍ରସିଦ୍ଧ ଲାଭ କରିଛି। ବହୁତ ଧୁମଧାମରେ ଭଦ୍ରକରେ ମା’ କାଳୀଙ୍କୁ ପୂଜା କରାଯାଇଥାଏ। ସହରରେ ବିଭିନ୍ନ ପୂଜା ମଣ୍ଡପରେ ମଧ୍ୟରାତ୍ରରୁ ପୂଜା ଆରମ୍ଭ ହୋଇଯାଇଛି। ଆଜି ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମାଆ ଭଦ୍ରକାଳୀଙ୍କ ମହାକାଳୀ ବେଶରେ ଦର୍ଶନ ଦେଉଛନ୍ତି। ସାତ ଦିନ ଧରି ମାଆ ସପ୍ତମାତୃକା ବେଶରେ ଦର୍ଶନ ଦେବେ।
କେବଳ ଭଦ୍ରକ ନୁହେଁ ବରଂ ରାଜ୍ୟରେ ବିଭିନ୍ନ ସ୍ଥାନରେ ମା କାଳୀଙ୍କ ପୂଜା କରାଯାଉଛି। ଚରମ୍ପାର ୯ଟି ମଣ୍ଡପରେ ମଧ୍ୟ ମାଆଙ୍କ ପୂଜାପାଠ କରାଯାଉଛି। ଭୁବନେଶ୍ୱର ସତ୍ୟନଗରରେ ବି ମା’କାଳୀଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଛି। ସେହିପରି ଯାଜପୁରରେ ଏଥର ୧୮ଟି ମଣ୍ଡପରେ ମାକାଳୀଙ୍କ ପୂଜା କରା ଯାଉଥିବା ବେଳେ କଟକର ବିଭିନ୍ନ ସ୍ଥାନରେ ବି କାଳୀପୂଜା ପାଇଁ ବ୍ୟାପକ ଆୟୋଜନ କରାଯାଇଛି।