ମାତିଛନ୍ତି ଲୁଟେରା ଗ୍ୟାଙ୍ଗ, ଫ୍ଲିପ୍କାର୍ଟ ଅଫିସରେ ପଶି ଲୁଟି ନେଲେ ଟଙ୍କା ବାକ୍ସ
ଓଏଲ୍ ବ୍ୟୁରୋ: ଆଜିକାଲି ଲୁଟେରା ମାନେ ବିଭିନ୍ନ ଉପାୟରେ ଠକେଇ କରିବାରେ ଲାଗିଛନ୍ତି। କେତେବେଳେ ଅନଲାଇନ ଲୁଟିଲେଣି ତ କେତେବେଳେ ରାସ୍ତା କଡ଼ରୁ, ଏଭଳି ଘଟଣା ଅନେକ ସମୟରେ ସାମ୍ନାକୁ ଆସୁଛି। ଏଥିରେ ଶିକାର ହେଉଥିବା ଅନେକ ବ୍ୟକ୍ତି ଥାନାରେ ମଧ୍ୟ ଏତଲା ଦେଉଛନ୍ତି। ତେବେ ଏଥର ଏହି ଲୁଟର ଶିକାର ହୋଇଛନ୍ତି ଆଠଗଡ଼ ଫ୍ଲିପ୍କାର୍ଟ ଅଫିସର କର୍ମଚାରୀ।
ଆଠଗଡ଼ ଫ୍ଲିପ୍କାର୍ଟ ଅଫିସରେ ବନ୍ଧୁକ ମୁନରେ ଲୁଟ୍ ହୋଇଥିବା ଅଭିଯୋଗ ହେଇଚି। ଅଶୋକନଗର ସ୍ଥିତ ଅଫିସରେ ପଶି ଲୁଟେରା ମାନେ ଟଙ୍କା ବାକ୍ସ ଲୁଟି ନେଇଛନ୍ତି। ଦୁଇ ମୁଖା ପିନ୍ଧା ଦୁର୍ବୃତ୍ତ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଲୁଟ ନେଇଥିବା ଅଭିଯୋଗ ହୋଇଛି।