Odisha Link
Bridging the Missing Links in Odisha

ଆଜି ବିଶ୍ୱ ମଧୁମେହ ଦିବସ; ପ୍ରତିବର୍ଷ ପ୍ରାଣ ହରାଉଛନ୍ତି ପାଖାପାଖି ୪୦ ଲକ୍ଷ ଲୋକ

ଓଏଲ୍‌ ବ୍ୟୁରୋ: ଆଜି ବିଶ୍ୱ ମଧୁମେହ ଦିବସ। ପ୍ରତିବର୍ଷ ନଭେମ୍ବର ୧୪ ତାରିଖକୁ ‘ୱାର୍ଲଡ୍‌ ଡାଇବେଟିସ୍‌ ଡେ’ ବା ‘ବିଶ୍ବ ମଧୁମେହ ଦିବସ’ ଭାବେ ପାଳନ କରାଯାଏ। ଏହି ଦିବସର ମୁଖ୍ୟ ଲକ୍ଷ୍ୟ ହେଉଛି ସ୍ବାସ୍ଥ୍ୟ ଶିବିର, ସ୍ବାସ୍ଥ୍ୟ ସମ୍ବନ୍ଧିତ ବାର୍ତ୍ତା, ସଭା ସମିତି ତଥା ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ମଧୁମେହ ରୋଗ ପ୍ରତି ଜନସଚେତନା ସୃଷ୍ଟି କରିବା। ସାରା ବିଶ୍ୱରେ ମଧୁମେହ ରୋଗ ଏକ ମହାମାରୀର ରୂପ ନେବାକୁ ବସିଲାଣି। ଏହାକୁ ସ୍ଲୋ ପଏଜନ୍(ନିରବ ଘାତକ) ବୋଲି ମଧ୍ୟ କୁହାଯାଏ। ମଧୁମେହକୁ ପ୍ରତିହତ କରିବା ପାଇଁ ଚଳିତ ବର୍ଷର ଆହ୍ୱାନ ରହିଛି, “ସେବା ପ୍ରଦାନକାରୀ ହିଁ ପରିବର୍ତ୍ତନର ଆଧାର।”

ରକ୍ତରେ ଶର୍କରାର ପରିମାଣ ବୃଦ୍ଧି ହେଲେ ତାହାକୁ ମଧୁମେହ ବା ଡାଇବେଟିସ୍ କୁହାଯାଏ। ୨୦୧୯ ସୁଦ୍ଧା ବିଶ୍ୱରେ ମଧୁମେହ ରୋଗୀଙ୍କ ସଂଖ୍ୟା ୭୭ ମିଲିୟନ ଥିଲା। ୨୦୪୫ ବେଳକୁ ଏହା ୧୩୪ ମିଲିୟନକୁ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରାଯାଇଛି। ଭାରତକୁ ଡାଇବେଟିସର କ୍ୟାପିଟାଲ କୁହାଯାଏ। ବିଶ୍ୱର ମୋଟ ମଧୁମେହ ରୋଗୀଙ୍କ ମଧ୍ୟରେ ଭାରତରେ ଅଧାରକୁ ଅଧିକ ଅଛନ୍ତି।

ଆମ ରାଜ୍ୟ ଓଡିଶାରେ ବି ଦିନକୁ ଦିନ ମଧୁମେହ ରୋଗିଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି। ଜାତି, ବର୍ଣ୍ଣ, ଧର୍ମ, ଲିଙ୍ଗ, ବୟସ ନିର୍ବିଶେଷରେ ଏହି ରୋଗ ସମସ୍ତଙ୍କୁ ଆକ୍ରମଣ କରିଥାଏ। ଏଥିପାଇଁ ବିଶେଷ କାରଣ ହେଲା, ଖାଦ୍ୟପେୟ, ଜୀବନଶୈଳୀ, ଭୌଗଳିକ ଅବସ୍ଥିତି ଓ ପରମ୍ପରାଗତ। ଏସବୁକୁ ଦୃଷ୍ଟିରେ ରଖିଲେ ଭାରତ ମଧୁମେହ ପାଇଁ ପ୍ରତିକୂଳ ମନେ ହୁଏ।

୨୦୧୯ର ଡାଟା ଅନୁସାରେ ୯୫ ପ୍ରତିଶତ ଡାଇବେଟିସ୍ ରୋଗୀ ଷ୍ଟେଜ ୨ରେ ଅଛନ୍ତି। ଯେତିକି ଲୋକ ମଧୂମେହରେ ପୀଡିତ, ସେମାନଙ୍କ ମଧ୍ୟରୁ ପ୍ରାୟ ୫୦ ପ୍ରିତିଶତଙ୍କ ଠାରେ କୌଣସି ଲକ୍ଷଣ ଦେଖାଯାଏ ନାହିଁ। ବିଶେଷ କରି ଯୁବଗୋଷ୍ଠୀ ଓ ମହିଳାମାନେ ଏହି ମଧୁମେହରେ ଅଧିକ ମାତ୍ରାରେ ଆକ୍ରାନ୍ତ ହୁଅନ୍ତି। ଯେପରି ସମସ୍ତ ବ୍ୟକ୍ତି ଏହାକୁ ପତିରୋଧ କରିବା ପାଇଁ ଆବଶ୍ୟକୀୟ ସେବା ଓ ସୁବିଧା ପାଇବେ ସେଥି ପ୍ରତି ସରକାର ଗୁରୁତ୍ୱ ଦେଉଛନ୍ତି।

କେବଳ ବୟସ୍କ ନୁହନ୍ତି, ଯୁବପିଢ଼ି ଏପରିକି କମ୍‌ ବୟସର ପିଲା ବି ଏହି ରୋଗରେ କବଳିତ ହେଉଛନ୍ତି। ମଧୁମେହ ସାଧାରଣତଃ ୨ ପ୍ରକାରର। ଟାଇପ୍‌ -୧ ଓ ଟାଇପ୍‌-୨ ଡାଇବେଟିସ୍‌। ଟାଇପ୍‌ -୧ ଡାଇବେଟିସ୍‌ ଶୈଶବ, କିଶୋର ଓ ଆଦ୍ୟ ଯୌବନରେ ମୁଖ୍ୟତଃ ୨୫ ବର୍ଷରେ ହୋଇଥାଏ। ଏ କ୍ଷେତ୍ରରେ ହଠାତ୍‌ ରୋଗର ଲକ୍ଷଣ ଦେଖାଯାଏ। ସେହିଭଳି ଟାଇପ୍‌-୨ ଡାଇବେଟିସ୍‌ ସାଧାରଣତଃ ୪୦ ବର୍ଷ ପରେ ହୋଇଥାଏ। ଏମାନଙ୍କ ପରିବାର ଓ ନିକଟ ସମ୍ପର୍କୀୟଙ୍କର ଡାଇବେଟିସ୍‌ ରୋଗର ଇତିହାସ ଥାଏ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁସାରେ, ପ୍ରତିବର୍ଷ ୪୦ ଲକ୍ଷ ଲୋକ ଏଥିରେ ପ୍ରାଣ ହରାନ୍ତି।

Leave A Reply

Your email address will not be published.