୫ମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’ରେ ଉନ୍ମୋଚିତ ହେଲା “କୋଣ୍ଡାକାମ୍ଵେରୁ ଖୁଆଡ”
ଓଏଲ୍ ବ୍ୟୁରୋ: ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ‘ପେନ୍ ଇନ୍ ବୁକ୍ସ’ ବହି ପର୍ବରେ ସାମିଲ ହେଲା “କୋଣ୍ଡାକାମ୍ଵେରୁ ଖୁଆଡ଼”। ପଞ୍ଚମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’ରେ ମାଲକାନଗିରି ମାଟିର ଯୁବ କଵି ତଥା ସାହିତ୍ୟିକ ବଳରାମ ପୂଜାରୀଙ୍କ କବିତା ସଙ୍କଳନ “କୋଣ୍ଡାକାମ୍ଵେରୁ ଖୁଆଡ଼” ଉନ୍ମୋଚିତ ହୋଇଯାଇଛି। ଏହି ବର୍ଣ୍ଣାଢ଼୍ୟ ସମାରୋହରେ ମୁଖ୍ୟ ଅତିଥି ଭାବେ ମହାମହିମ ରାଷ୍ଟ୍ରପତିଙ୍କ ଅତିରିକ୍ତ ଶାସନ ସଚିବ ତଥା ବିଶିଷ୍ଟ କଥାକାର ଵିଜୟ କୁମାର ନାୟକ, ପଦ୍ମଶ୍ରୀ ପ୍ରଫେସର ଡଃ ଦମୟନ୍ତୀ ଵେଶ୍ରା, ଗବେଷକ ତଥା ବାଗ୍ମୀ ଡଃ ବିଜୟ କୁମାର ଉପାଧ୍ୟାୟ, ଓଡ଼ିଶା ସାହିତ୍ୟ ଏକାଡେ଼ମୀର ସଭାପତି ଡ଼ଃ ହୃଷିକେଶ ମଲ୍ଲିକ, ଉପ ସଭାପତି ଡ଼ଃ ସଂଗ୍ରାମ ଜେନା, ଏକାଡେମୀର ସଚିବ ସୁବୋଧ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।
ଆଦିବାସୀ ଅସ୍ମିତାର ଅନବଦ୍ୟ ଅଶ୍ମ’ମଣ୍ଡଳ’ କ୍ରାନ୍ତି ‘କଥାନିର ଅଦମ୍ୟ ଆଦିଭୂମି’ ବୈପ୍ଳବିକ’ବହ୍ନିଭୂମି ମାଲକାନଗିରି ମାଟିର କଥା କବିତାର ଅନବଦ୍ୟ ଶବ୍ଦସ୍ତୁତିକା “କୋଣ୍ଡାକାମ୍ଵେରୁ ଖୁଆଡ” ଉନ୍ମୋଚନ କରି ସୀମାନ୍ତ ସରହଦର ମାଟି କୁଡୁମୁଲୁଗୁମ୍ମା ଗାଁର ଯୁବ କଵି ତଥା ସାହିତ୍ୟିକ ବଳରାମ ପୂଜାରୀଙ୍କୁ ଯୁବ କଵି ଭାବରେ ସମ୍ମାନୀତ କରାଯାଇଥିଲା। ରାଜ୍ୟର ଅଗ୍ରଣୀ ପକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ ତରଫରୁ ପ୍ରକାଶିତ ଏହି ପୁସ୍ତକ ଜନଜାତିଙ୍କ ସଶକ୍ତିକରଣ ରେ ସହାୟକ ହେବ ବୋଲି ଅତିଥି ମାନେ ମତପ୍ରକାଶ କରିଛନ୍ତି।
ସଭାପତି ଡ଼ଃ ହୃଷିକେଶ ମଲ୍ଲିକ ବଳରାମଙ୍କୁ ଆଗାମୀ ଦିନରେ ଉପନ୍ୟାସ ଓ ପ୍ରବନ୍ଧ ମାଧ୍ୟମରେ ସ୍ୱାଭିମାନ ଅଞ୍ଚଳ ଓ ସୀମାନ୍ତ ସରହଦର କଥା ବ୍ୟଥାକୁ ଆଗକୁ ଆଣିବାକୁ ପରାମର୍ଶ ଦେଵା ସହ ସାରସ୍ବତ ଶୁଭେଚ୍ଛା,ଉପଢୌକନ ପୁଷ୍ପଗୁଛ୍ଛ ସହ ଆଶିର୍ବାଦ କରିଛନ୍ତି। ନିଜର ଏକାଗ୍ରତା ସାଧନା,ନିଷ୍ଠା ଓ ମାଟି ପ୍ରତି ଗଭୀର ମମତା ସହ ମାଟି ମନଃସ୍ତତ୍ୱ ଲେସା ସୃଜନ ସୃଷ୍ଟି କରି ମାଲକାନଗିରି ମାଟିକୁ ସାହିତ୍ୟର ମହାମନ୍ଚରେ ଉପସ୍ଥାପିତ କରିଥିବାରୁ ମାଲକାନଗିରି ଜିଲ୍ଲା ଓ କୁଡୁମୁଲୁଗୁମ୍ମା ମାଟିରେ ଖୁସିର ଲହରୀ ଖେଳିଯିବା ସହ ଯୁବ କଵି ବଳରାମ ପୂଜାରୀଙ୍କୁ ଗ୍ରାମବାସୀ ଓ ବୁଦ୍ଧିଜୀବି ଲେଖକ ସାହିତ୍ୟିକ ଶିକ୍ଷାବିତ ଧନ୍ୟବାଦ୍ ଅର୍ପଣ କରିଛନ୍ତି।