Odisha Link
Bridging the Missing Links in Odisha

ବଡ଼ଧରଣର ଆଇଟି ରେଡ୍‌: ଆୟକର ଫାଙ୍କି ଅଭିଯୋଗରେ ଚାଲିଛି ଚଢ଼ାଉ

ଓଏଲ୍‌ ବ୍ୟୁରୋ: ବଡ଼ଧରଣର ଆଇଟି ରେଡ୍‌ କରାଯାଉଛି। ବୌଦ୍ଧର ଏକ ଘରୋଇ ସଂସ୍ଥା ଉପରେ ଚଢ଼ାଉ କରାଯାଇଛି। ଆୟକର ଫାଙ୍କି ଅଭିଯୋଗରେ ଆଜି ସକାଳୁ ଆଇଟି ରେଡ୍‌ କରାଯାଉଥିବାବେଳେ ୧୨ ଟି ଟିମ୍‌ ଏବଂ ୪ ଜଣ ସିଆଇଏସଏଫ ଯବାନ ରେଡ୍‌ରେ ସାମିଲ ଅଛନ୍ତି। ସେପଟେ ପୁରୁଣା କଟକର ଏକ ମିଲ୍‌ରେ ମଧ୍ୟ ରେଡ୍‌ କରାଯାଉଛି। ଖୋର୍ଦ୍ଧା, ସମ୍ବଲପୁର, ବୌଦ୍ଧ, ବଲାଙ୍ଗିର ଓ ରାୟଗଡ଼ାରେ ରେଡ୍‌ କରାଯାଇଛି। କୋଲକାତା ଓ ରାଞ୍ଚିରେ ମଧ୍ୟ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିବା ସୂଚନା ରହିଛି। ବିଭିନ୍ନ ସଂସ୍ଥାର ଏକାଧିକ ଡାଇରେକ୍ଟର ଓ ଏମ୍‌ଡିଙ୍କ ଘରେ ଛାନଭିନ କରାଯାଉଛି।

Leave A Reply

Your email address will not be published.