ମାତିଛନ୍ତି ଲୁଟେରା; ଏଥିରୁ ବାଦ୍ ପଡ଼ିନି ଅବସରପ୍ରାପ୍ତ ଜଜ୍ଙ୍କ ଘର
ଓଏଲ୍ ବ୍ୟୁରୋ: ମାତିଛନ୍ତି ଦୁର୍ବୃତ୍ତ। ଆଜିକାଲି ଲୁଟେରା ମାନେ ବିଭିନ୍ନ ଉପାୟରେ ଠକେଇ କରିବାରେ ଲାଗିଛନ୍ତି। କେତେବେଳେ ଅନଲାଇନ ଲୁଟିଲେଣି ତ କେତେବେଳେ ରାସ୍ତା କଡ଼ରୁ, ଏଭଳି ଘଟଣା ଅନେକ ସମୟରେ ସାମ୍ନାକୁ ଆସୁଛି। ଏଥିରେ ଶିକାର ହେଉଥିବା ଅନେକ ବ୍ୟକ୍ତି ଥାନାରେ ମଧ୍ୟ ଏତଲା ଦେଉଛନ୍ତି। ତେବେ ଏଥର ଅବସରପ୍ରାପ୍ତ ଜଜ୍ଙ୍କ ଘରକୁ ବି ଛାଡ଼ିଲେନି ଲୁଟେରା।
ସୂଚନା ଅନୁସାରେ, ଭୁବନେଶ୍ବରରେ ଜଣେ ଅବସରପ୍ରାପ୍ତ ଜଜ୍ଙ୍କ ଘରକୁ ବି ଛାଡ଼ିଲେନି ଲୁଟେରା। ଅବସରପ୍ରାପ୍ତ ଜଜ୍ଙ୍କ ଘରେ ଭଡ଼ା ରହୁଥିବା ଜନୈକ ବ୍ୟକ୍ତିଙ୍କ ଘରୁ ଲୁଟ୍ ହୋଇଛି। ଭଡ଼ାଟିଆଙ୍କ ଘର ତାଲା ଭାଙ୍ଗି ଟଙ୍କା, ସୁନାଗହଣା ଲୁଟି ନେଲେ ଦୁର୍ବୃତ୍ତ। ଜଜ୍ଙ୍କ ବିଲ୍ଡିଂରେ ଉପର ମହଲାରେ ଜଜ୍, ତଳ ମହଲାରେ ଭଡ଼ାଟିଆ ରହନ୍ତି। ଅଭିଯୋଗ ପାଇ ଘଟଣା ସ୍ଥଳରେ ଏୟାରଫିଲ୍ଡ ପୁଲିସ ପହଞ୍ଚିଥିଲା।