ବାଲିଯାତ୍ରାରେ ଦୁର୍ନୀତି ପ୍ରସଙ୍ଗ: ଯାଞ୍ଚ ପାଇଁ ଗଠନ ହେଲା କମିଟି

ଓଏଲ୍ ବ୍ୟୁରୋ: ଶେଷ ହୋଇଛି ବିଶ୍ୱ ପ୍ରସିଦ୍ଧ କଟକ ବାଲିଯାତ୍ରା। ତେବେ ଏହା ପରେ ବାଲିଯାତ୍ରାରେ ଦୁର୍ନୀତି ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏନେଇ ସିଏମସି କମିଶନର ନିଖିଲ ପୱନ କଲ୍ୟାଣ ନିଜସ୍ୱ ପ୍ରତିକ୍ରିୟା ରଖିଛନ୍ତି। ବାଲିଯାତ୍ରାରେ ଦୁର୍ନୀତି ହୋଇନଥିବା ସିଏମ୍ସି କମିଶନର ନିଖିଲ ପୱନ କଲ୍ୟାଣ ପ୍ରତିକ୍ରିୟା ରଖିଛନ୍ତି।
ସିଏମ୍ସି କମିଶନର କହିଛନ୍ତି, କୌଣସି ଟଙ୍କା ଦିଆଯାଇନି, ଟେଣ୍ଡର ପ୍ରକ୍ରିୟା ସଠିକ୍ ଢଙ୍ଗରେ ହୋଇଛି। କାମ ନେଇଥିବା ସଂସ୍ଥା ଠିକ୍ ଢଙ୍ଗରେ କରି ନଥିବା ଅଭିଯୋଗ ହୋଇଛି। ଯାଞ୍ଚ ପାଇଁ କମିଟି ଗଠନ କରାଯାଇଛି, କାର୍ଯ୍ୟାନୁଷ୍ଠାନ ହେବ। ଟେଣ୍ଡର ଅନୁସାରେ କାମ କରି ନଥିଲେ ସଂସ୍ଥା କଳା ତାଲିକାଭୁକ୍ତ ହେବ ବୋଲି ସିଏମ୍ସି କମିଶନର ନିଖିଲ ପୱନ କଲ୍ୟାଣ କହିଛନ୍ତି।