Odisha Link
Bridging the Missing Links in Odisha

ଖେଳାଳିଙ୍କୁ ପ୍ରୋତ୍ସାହନ; କଳିଙ୍ଗ ଷ୍ଟାଡିୟମରେ ଉଦଘାଟିତ ହେଲା ସର୍ବବୃହତ କ୍ରୀଡା ବିଜ୍ଞାନ କେନ୍ଦ୍ର

ଓଏଲ୍‌ ବ୍ୟୁରୋ: ଖେଳାଳିଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଉଦଘାଟିତ ହୋଇଛି ଦେଶର ସର୍ବବୃହତ କ୍ରୀଡା ବିଜ୍ଞାନ କେନ୍ଦ୍ର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଛନ୍ତି। ଏହି କେନ୍ଦ୍ରରେ ଖେଳାଳିଙ୍କ ପାଇଁ ଗୋଟିଏ ଛାତତଳେ ସବୁ ପ୍ରକାରର ବ୍ୟବସ୍ଥା ରହିଛି। ଖେଳାଳିଙ୍କୁ ଫିଟ୍ ରଖିବାରେ ଏହି କେନ୍ଦ୍ର ସହାୟକ ହେବ। କ୍ରୀଡା ବିଜ୍ଞାନ କେନ୍ଦ୍ରରେ ବିଶ୍ୱସ୍ତରୀୟ ଉପକରଣ ଲଗାଯାଇଛି। ରହିବାଠାରୁ ଆରମ୍ଭ କରି ପ୍ରଶିକ୍ଷଣ ଯାଏଁ ସବୁପ୍ରକାରର ସୁବିଧା ଏଠାରେ ରହିଛି।

ଉଭୟ ଦିବ୍ୟାଙ୍ଗ ଓ ଅନ୍ୟ ଖେଳାଳିଙ୍କ ପାଇଁ କ୍ରୀଡା ବିଜ୍ଞାନ କେନ୍ଦ୍ରରେ ଉଚ୍ଚକୋଟିର ବ୍ୟବସ୍ଥା ରହିଛି। ଏଠାରେ ମାଇଣ୍ଡ ଲ୍ୟାବ, ରିହାବିଲିଟେସନ ଲ୍ୟାବ, ରିକୋଭରୀ ଲ୍ୟାବ, ଗେଟ୍ ଲ୍ୟାବ, ଫଙ୍କସ୍ନାଲ ଲ୍ୟାବ, ଫିଜିଓଲୋଜି ଲ୍ୟାବ ଓ ପାରା-ଆଥଲେଟ୍ ପର୍ଫର୍ମାନ୍ସ ଲ୍ୟାବ ରହିଛି। ଖେଳାଳିଙ୍କୁ ଫିଟ ରଖିବାରେ ଏହି କେନ୍ଦ୍ର ସହାୟକ ହେବ। ଏଥିପାଇଁ ଉଚ୍ଚ ପ୍ରଶିକ୍ଷିତ ଟ୍ରେନରଙ୍କୁ ନିଯୁକ୍ତି ଦିଆଯାଇଛି। ତେବେ ରାଜ୍ୟରେ ଖେଳାଳିଙ୍କୁ ପ୍ରୋତ୍ସାହନ ଦେବା ପାଇଁ କଳିଙ୍ଗ ଷ୍ଟାଡିୟମରେ ଉଦଘାଟିତ ହେଲା ଦେଶର ସର୍ବବୃହତ କ୍ରୀଡା ବିଜ୍ଞାନ କେନ୍ଦ୍ର।