Odisha Link
Bridging the Missing Links in Odisha

ମୁଁ ଅବସର ନେଇନି: ମେରି କମ୍

ଓଏଲ୍‌ ବ୍ୟୁରୋ: ଭାରତୀୟ ବକ୍ସିଂ ଖେଳାଳି ମେରି କମଙ୍କୁ ନେଇ ଅନେକ ଚର୍ଚ୍ଚା ହେଉଥିଲା। ସେ ବକ୍ସିଂରୁ ଅବସର ନେଇଥିବା ଖବର ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ଏହାକୁ ବକ୍ସର ମେରି କମ୍ ଖଣ୍ଡନ କରିଛନ୍ତି। ଗତକାଲି ସେ ବକ୍ସିଂରୁ ଅବସର ଘୋଷଣା କରିଥିବା ଖବର ସାମ୍ନାକୁ ଆସିଥିଲା। ହେଲେ ବର୍ତ୍ତମାନ ନିଜେ ମେରି ଏହି ଖବରକୁ ମିଥ୍ୟା ବୋଲି କହି ଖଣ୍ଡନ କରିଛନ୍ତି।

ବକ୍ସର ମେରି କମ୍ କହିଛନ୍ତି, ମୁଁ ଏପର୍ଯ୍ୟନ୍ତ ମୋର ଅବସର ଘୋଷଣା କରି ନାହିଁ। ଯେଉଁ ଦିନ ମୁଁ ମୋର ଅବସର ଘୋଷଣା କରିବି, ମୁଁ ପ୍ରଥମେ ଗଣମାଧ୍ୟମ ସାମ୍ନାକୁ ଆସିବି। ବୁଧବାର ମୁଁ ମୋର ଅବସର ଖବର ଦେଖିଲି। ହେଲେ ତାହା ସତ୍ୟ ନୁହେଁ। ଜାନୁଆରୀ ୨୪ ତାରିଖରେ ମୁଁ ଦିବ୍ରୁଗଡରେ ଏକ ସ୍କୁଲ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲି।

ଯେଉଁଠାରେ ମୁଁ ପିଲାମାନଙ୍କୁ ପ୍ରେରଣା ଦେଇ କହିଥିଲି ବକ୍ସିଂରେ ସଫଳତା ହାସଲ କରିବାକୁ ମୋର କ୍ଷୁଧା ଅଛି। କିନ୍ତୁ ବୟସସୀମା ଯୋଗୁଁ ମୁଁ ଆଉ ଅଲିମ୍ପିକ୍ସରେ ଭାଗ ନେଇପାରିବି ନାହିଁ। ତଥାପି ମୁଁ ମୋର ଫିଟନେସ ଉପରେ ଧ୍ୟାନ ଦେଉଛି। ଯଦି ମୁଁ ଅବସର ନିଏ, ତେବେ ସମସ୍ତଙ୍କ ସାମ୍ନାରେ ମୋର ଅବସର ଘୋଷଣା କରିବି ବୋଲି ଭାରତୀୟ ମହିଳା ବକ୍ସର ମେରି କମ୍ କହିଛନ୍ତି।

Leave A Reply

Your email address will not be published.