Odisha Link
Bridging the Missing Links in Odisha

ସୁନ୍ଦରଗଡ଼ରେ ବାଜିବ ନିର୍ବାଚନୀ ବିଗୁଲ; ଓଡ଼ିଶାରେ ରାହୁଲ ଗାନ୍ଧୀ

ଓଏଲ୍‌ ବ୍ୟୁରୋ: କଂଗ୍ରେସର ଭାରତ ଯୋଡ଼ ନ୍ୟାୟ ଯାତ୍ରା ଜାରି ରହିଛି। ଏହି ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା ଓଡିଶାରେ ପହଂଚିଛି। ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁରରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟଯାତ୍ରା ପହଂଚିବା ପରେ ଦଳୀୟ କର୍ମୀମାନେ ରାହୁଲ ଗାନ୍ଧୀଙ୍କୁ ଜୋରଦାର ସ୍ୱାଗତ କରିଛନ୍ତି।

ବୀରମିତ୍ରପୁରଠାରେ ଓଡ଼ିଶା କଂଗ୍ରେସ ଓ ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ୱାଗତ କରାଯିବା ପରେ ଭାରତ ଯୋଡ଼ ନ୍ୟାୟ ଯାତ୍ରା ପତାକା ରାଜ୍ୟ କଂଗ୍ରେସକୁ ହସ୍ତାନ୍ତର କରାଯାଇଛି। ସୁନ୍ଦରଗଡ଼, ରାଉରକେଲା ଓ ଝାରସୁଗୁଡ଼ା ଦେଇ ଆଗକୁ ବଢିବ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା। ଏହି ସମୟରେ ରାହୁଲ ଗାନ୍ଧୀ ପଦଯାତ୍ରା ସହ ଜନସଭା ବି କରିବେ। ସୁନ୍ଦରଗଡ଼ରେ ନିର୍ବାଚନ ବିଗୁଲ ବଜାଇବେ ରାହୁଲ। ରାହୁଲଙ୍କ ଗସ୍ତର ରୁଟ୍ ମ୍ୟାପ୍ ଚୂଡ଼ାନ୍ତ ହୋଇଛି।