‘ଓଡ଼ିଶାରେ ହେବ ଡବଲ ଇଞ୍ଜିନ ସରକାର’

ଓଏଲ୍ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ଅଙ୍କକଷା। ଏସବୁ ମଧ୍ୟରେ ଓଡ଼ିଶା ରାଜନୀତି ମଧ୍ୟ ଉଷ୍ମ ହେବାରେ ଲାଗିଛି। ବିଜୁ ଜନତା ଦଳର ମାଷ୍ଟର ପ୍ଲାନ ଦେଖି ବିଜେପି ଶିବିର ମଧ୍ୟ ତତ୍ପରତା ଦେଖାଇଛି। ଏସବୁ ଭିତରେ ବିଜେପି ଓ ବିଜେଡି ମେଣ୍ଟ ହେବା ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି।
ଏହି ଚର୍ଚା ମଧ୍ୟରେ ବିଜେପି ସହ ପ୍ରଭାରୀ ଲତା ଉସେଣ୍ଡି ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେବ। ଓଡ଼ିଶାବାସୀ ଯେମିତି ଚାହିଁବେ ସେମିତି ବିକାଶ ହେବ। ବିଜେପି ଓ ବିଜେଡି ମେଣ୍ଟ ନେଇ ପ୍ରଶ୍ନରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ବିଜେପି ସହ ପ୍ରଭାରୀ ଲତା ଉସେଣ୍ଡି। ତେବେ ବିଜେପି ଓ ବିଜେଡି ମେଣ୍ଟ ହେବା ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।
ସୂଚନା ଅନୁସାରେ, ନିର୍ବାଚନ ପାଖେଇ ଆସୁଥିବାବେଳେ ରାଜନୈତିକ ଚର୍ଚ୍ଚା ବଢ଼ିବାରେ ଲାଗିଛି। ଗତ କିଛି ଦିନ ହେବ ଜାତୀୟ ଗଣମାଧ୍ୟମରେ ବିଜେପି ଓ ବିଜେଡି ମେଣ୍ଟ ହେବା ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଥିଲା। ତେବେ ଏସବୁ ଚର୍ଚ୍ଚା ମଧ୍ୟରେ ବିଜେପି ଓ ବିଜେଡି ମେଣ୍ଟ ହେବା ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।