Odisha Link
Bridging the Missing Links in Odisha

ବିନ୍ଦୁସାଗରରୁ ମିଳିଲା ମହିଳାଙ୍କ ମୃତଦେହ; ତଦନ୍ତ ଜାରି କଲା ପୁଲିସ

ଓଏଲ୍‌ ବ୍ୟୁରୋ: ବିନ୍ଦୁସାଗରରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଭୁବନେଶ୍ୱର ବିନ୍ଦୁସାଗରରୁ ଅପରିଚିତ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ମହିଳା ଜଣକ କିଏ ଓ କାହିଁକି ଏଠାକୁ ଆସିଥିଲେ ତାହା ଜଣାପଡ଼ି ନାହିଁ। ପୋଖରୀର ଉତରେଶ୍ୱର ଘାଟରେ ମୃତହେଦ ଭାସୁଥିବା ଖବର ଜଣାପଡ଼ିବା ପରେ ଅଗ୍ନିଶମ କର୍ମଚାରୀ ଓ ପ୍ରଦୀପ ସେବା ଟ୍ରଷ୍ଟ ପକ୍ଷରୁ ମୃତହେଦକୁ ଉଦ୍ଧାର କରାଯାଇଛି। ଉଦ୍ଧାର ପରେ କ୍ୟାପିଟାଲ ହସ୍ପିଟାଲ ଅଣାଗଲା ମୃତଦେହ। ତେବେ ଗୋଡ଼ ଧୋଇବା ସମୟରେ ଗୋଡ଼ ଖସିଯିବାରୁ ପୋଖରୀରେ ବୁଡ଼ି ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଲିଙ୍ଗରାଜ ଥାନା ପୁଲିସ ମୃତଦେହ ଜବତ କରିବା ତଦନ୍ତ ଆରମ୍ଭ କରିଛି।