ନିର୍ବାଚନ ପରେ କଂଗ୍ରେସ ଓଡ଼ିଶା ପ୍ରଭାରୀଙ୍କ ବଡ଼ ନିଷ୍ପତି, କହିଲେ…
ଓଏଲ୍ ବ୍ୟୁରୋ: ବଦଳିଛି ଓଡ଼ିଶା ରାଜନୀତିର ଦୃଶ୍ୟପଟ୍ଟ। ସରକାର ଗଢିବାକୁ ମିଳି ସାରିଛି ଜନାଦେଶ। ଓଡ଼ିଶାରେ ବିଜେପି ପାଇଁ ସରକାର ଗଢିବାକୁ ବାଟ ଫିଟିଥିବା ବେଳେ କେନ୍ଦ୍ରରେ ଏନଡିଏକୁ ବହୁମତ ମିଳିଛି। ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଭାବେ ରହିବା ସହିତ ଓଡ଼ିଶା ରାଜନୀତିର ଅପ୍ରତିଦ୍ବନ୍ଦୀ ନେତା ନବୀନ ପଟ୍ଟନାୟକ ଇସ୍ତଫା ଦେଇଛନ୍ତି। ଜାତୀୟ ଦଳ କଂଗ୍ରେସ ମଧ୍ୟ ବଡ ପରାଜୟ ସ୍ୱୀକାର କରିଛନ୍ତି। ନିର୍ବାଚନରେ ପରାଜୟ ପରେ କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ହୋଇଛି।
କଂଗ୍ରେସର ଓଡ଼ିଶା ପ୍ରଭାରୀ ଅଜୟ କୁମାର ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ସୁଟ୍ ବୁଟ୍ ପିନ୍ଧା ଲୋକ ଆସି ଓଡ଼ିଶାକୁ ଖୋଳ କରିଦେବେ। ଓଡ଼ିଶାବାସୀ କଂଗ୍ରେସ ଉପରେ ବିଶ୍ବାସ ବଜାୟ ରଖନ୍ତୁ। ବିଜୟୀ ୧୪ ନବ ନିର୍ବାଚିତ ବିଧାୟକଙ୍କୁ ଶୁଭେଚ୍ଛା ଜଣାଇଲେ। କଂଗ୍ରେସ କର୍ମୀଙ୍କ ଅକ୍ଳାନ୍ତ ପରିଶ୍ରମ ପାଇଁ ଧନ୍ୟବାଦ ଦେଲେ। ହାରିଯାଇଥିବା କଂଗ୍ରେସ କର୍ମୀଙ୍କୁ ସାନ୍ତ୍ୱନା ଦେଇଛନ୍ତି। କମ୍ ମାର୍ଜିନରେ ହାରିଥିବା ସମସ୍ତ ପ୍ରାର୍ଥୀଙ୍କୁ ଗୁରୁଦାୟିତ୍ବ ଦିଆଯିବ ବୋଲି ସେ କହିଛନ୍ତି।