ବିଏସ୍କେଓ୍ବାଇ କାର୍ଡ କାର୍ଯ୍ୟକାରିତାକୁ ନେଇ ଦ୍ବନ୍ଦ୍ବ, ସ୍ପଷ୍ଟୀକରଣ ରଖିଲା ସ୍ବାସ୍ଥ୍ୟ ବିଭାଗ
ଓଏଲ୍ ବ୍ୟୁରୋ: ୨୪ ବର୍ଷ ପରେ ଓଡ଼ିଶାରେ ସରକାର ବଦଳିଛି। ତେବେ ନବୀନ ସରକାର କାର୍ଯ୍ୟକାରୀ କରିଥିବା ଯୋଜନା ଗୁଡ଼ିକ ପୂର୍ବପରି କାର୍ଯ୍ୟକାରୀ ହେବ ନା ନାଇଁ ତାକୁ ନେଇ ସମସ୍ତ ଓଡ଼ିଶାବାସୀଙ୍କ ମନରେ ପ୍ରଶ୍ନ ଉଠିଛି। ଏସବୁ ମଧ୍ୟରେ ରାଜ୍ୟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ସାରା ରାଜ୍ୟରେ ବିଏସକେୱାଇ କାର୍ଡ କାର୍ଯ୍ୟକାରିତାକୁ ନେଇ ଦ୍ୱନ୍ଦ୍ୱ ଭିତରେ ସ୍ପଷ୍ଟିକରଣ ରଖିଲା ସ୍ୱାସ୍ଥ୍ୟ ବିଭାଗ।
ବିଏସକେୱାଇ କାର୍ଡ କାର୍ଯ୍ୟକାରିତାକୁ ନେଇ ଦ୍ୱନ୍ଦ୍ୱ ଭିତରେ ସ୍ପଷ୍ଟିକରଣ ରଖିଛନ୍ତି ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ। ସେ କହିଛନ୍ତି ବିଏସକେୱାଇ ଯୋଜନା ପୂର୍ବ ପରି ଜାରି ରହିଛି। ବିଏସକେୱାଇକୁ ନେଇ ଘରୋଇ ହସ୍ପିଟାଲ ସହ ରାଜ୍ୟ ସରକାର କରିଥିବା ଏମଓୟୁ ଏବେ ବି ବଳବତ୍ତର ରହିଛି। ବିଏସକେୱାଇ କାର୍ଡଧାରୀଙ୍କୁ ସ୍ୱାସ୍ଥ୍ୟସେବା ମିଳୁନଥିବା ଖବର ଗୁଜବ ବୋଲି କହିଛି ସ୍ୱାସ୍ଥ୍ୟ ବିଭାଗ।
ସୂଚନାଥାଉକି, ରାଜ୍ୟରେ ବିଜେପି ସରକାର ଆସିବା ପରେ ସାମଜିକ ଗଣମାଧ୍ୟମରେ ପ୍ରଚାର ହେଉଛି ଯେ ଘରୋଇ ହସ୍ପିଟାଲରେ ବିଏସକେୱାଇରେ ଚିକିତ୍ସା ଅର୍ଥ ଆଉ ପାଇବେ ନାହିଁ। ତେଣୁ ସେମାନେ ଡାକ୍ତରଖାନାରେ ରୋଗୀଙ୍କୁ ଭର୍ତି କରିବାକୁ ଅମଙ୍ଗ ହେଉଛନ୍ତି। କିନ୍ତୁ ସ୍ୱାସ୍ଥ୍ୟ ବିଭାଗ ଏହାକୁ ଗୁଜବ ବୋଲି କହିଛି।
ସୂଚନାଥାଉକି, ବିଏସ୍କେଓ୍ବାଇ କାର୍ଡ ବନ୍ଦ ନାଁରେ ସ୍ୱାସ୍ଥ୍ୟସେବା ଅବହେଳାକୁ ସାମାଜିକ ଅପରାଧ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିବା ସହ ସାଧାରଣ ନାଗରିକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା ପ୍ରତି ସରକାରଙ୍କ ପ୍ରାଥମିକତା। ସରକାର ପରିବର୍ତ୍ତନ ଏକ ନିରନ୍ତର ପ୍ରକ୍ରିୟା। ବିଏସ୍କେଓ୍ବାଇ କାର୍ଡକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି କରାନଯାଉ ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଗତକାଲି କହିଥିଲେ।