Odisha Link
Bridging the Missing Links in Odisha

ଚଳଚଞ୍ଚଳ ରଥଖଳା, ଦ୍ରୁତଗତିରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ

ଓଏଲ୍‌ ବ୍ୟୁରୋ: ରଥଖଳାରେ ତିନିରଥ ନିର୍ମାଣ କାମ ଦ୍ରୁତଗତିରେ ଆଗେଇ ଚାଲିଛି। ରଥ ଖଳାରେ ତିନି ରଥର ଚକ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ଅଖ, ପଇ, ଅର ଆଦି କାର୍ଯ୍ୟ ମଧ୍ୟ ଚାଲିଛି। ଏହା ବ୍ୟତୀତ ତିନି ରଥର ଯୋଖା, ଓରା, ଖମ୍ବୀ ଆଦି ନିର୍ମାଣ କାର୍ଯ୍ୟ ଚାଲିଅଛି। ରଥ ଖଳା ଠାରେ ତିନି ରଥର ୩୨ ଗୋଟି ଚକ ନିର୍ମାଣ ଶେଷ ହୋଇଥିବା ବେଳେ ତିନିରଥର ମୁହାଁଟ, ନିରାଡି, ଓରା ଏବଂ ଖମ୍ବି ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ।

ଏହାସହ ସାଲଗୁଜ ଗୁଡିକରେ ରୂପ ଖୋଦେଇ ସହ ରଥର ଯୋଖା କଣ୍ଟା ଓ ଦଣ୍ଡା କଣ୍ଟା ନିର୍ମାଣ ଚାଲିଛି। ଠାକୁରଙ୍କ ସ୍ନାନ ପୂର୍ଣ୍ଣିମା ସୁଦ୍ଧା ରଥରେ ଉଠିଥିବ ଚାରିନାହାକା। ଏହା ପୂର୍ବରୁ ସମସ୍ତ ଚକ ଓ ଅଖ ସଂଯୋଗ ସରି ଦଣ୍ଡା କାର୍ଯ୍ୟ ସମ୍ପର୍ଣ୍ଣ କରାଯିବ। ଦଣ୍ଡା ଉଠିବା ପରେ ଗରଗରା ପଡ଼ି ଚାରି ନାହାକା ଉଠିବ। ଏବେ ଦେବଦଳନର ବାକି ୫ଟି, ନନ୍ଦିଘୋଷର ୭ଟି ଓ ତାଳଧ୍ବଜର ୬ଟି ଅଖର ହଣା ଆରମ୍ଭ ହୋଇଛି। ଶୀତଳଷଷ୍ଠୀ ସୁଦ୍ଧା ସମସ୍ତ ଚକ ଓ ଅଖ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ।

Leave A Reply

Your email address will not be published.