ଜୁନ୍ ୮ ନୁହେଁ ଏହି ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମୋଦି, ଶୁଭ ମୁହୂର୍ତ୍ତ ପାଇଁ ବଦଳିଲା ତାରିଖ
ଓଏଲ୍ ବ୍ୟୁରୋ: ଖୁବଶୀଘ୍ର ଦେଶରେ ମୋଦି ୩.୦ ଆରମ୍ଭ ହେବାକୁ ଯାଉଛି। ଲଗାତାର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦି। ଚଳିତ ନିର୍ବାଚନରେ ମୋଦି ମ୍ୟାଜିକ ସେତେଟା ଭଲ କାମ କରିନଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଲଗାତାର ତୃତୀୟ ଥର ପାଇଁ ଏନଡିଏ ଦେଶରେ ସରକାର ଗଢିବାକୁ ଯାଉଛି। ଜୁନ୍ ୮ ତାରିଖରେ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରିବେ ବୋଲି ସୂଚନା ରହିଥିଲା। ତେବେ ୮ ପରିବର୍ତ୍ତେ ନରେନ୍ଦ୍ର ମୋଦି ୯ ତାରିଖରେ ଶପଥ ନେଇପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।
ଜାତୀୟ ଗଣମାଧ୍ୟମ ସଂସ୍ଥା ଏନଡିଟିଭି ରିପୋର୍ଟ ପ୍ରକାଶ କରିଛି ଯେ ନରେନ୍ଦ୍ର ମୋଦି ୮ରେ ନୁହେଁ ଜୁନ୍ ୯ ତାରିଖରେ ଶପଥ ନେଇ ପାରନ୍ତି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଶୁଭ ମୁହୂର୍ତ୍ତକୁ ନଜରରେ ରଖି ତାରିଖରେ ପରିବର୍ତ୍ତନ ହୋଇଛି। ହେଲେ ଏନେଇ କୌଣସି ଔପଚାରିକ ଘୋଷଣା ହୋଇନାହିଁ।
ଚଳିତ ନିର୍ବାଚନରେ ମୋଦି ମ୍ୟାଜିକ ସେତେଟା ଭଲ କାମ କରିନଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଲଗାତାର ତୃତୀୟ ଥର ପାଇଁ ଏନଡିଏ ଦେଶରେ ସରକାର ଗଢିବାକୁ ଯାଉଛି। ଯଦିଓ ଗତ ଦୁଇଟି ନିର୍ବାଚନ ପରି ଏଥର ବିଜେପି ନିଜ ବଳରେ ବହୁମତ ହାସଲ କରିପାରିନାହିଁ କିନ୍ତୁ ଏନଡିଏ ୨୯୦ରୁ ଅଧିକ ଆସନ ହାତେଇବାରେ ସଫଳ ହୋଇଛି।