Odisha Link
Bridging the Missing Links in Odisha

ଜୁଲାଇ ୭ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା, ଦ୍ରୁତଗତିରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ

ଓଏଲ୍‌ ବ୍ୟୁରୋ: ରଥଯାତ୍ରା ଯେତିକି ନିକଟତର ହେଉଛି ସେତିକି ରଥଖଳା ଚଳଚଞ୍ଚଳ ହେଉଛି। ଆସନ୍ତା ଜୁଲାଇ ୭ରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ତେବେ ରଥଖଳାରେ ତିନିରଥର ମୋଟ ୪୨ ଚକ ମଧ୍ୟରୁ ୩୯ ଗୋଟି ଚକ ଓ ୨୧ ଗୋଟି ଅଖ ନିର୍ମାଣ ଶେଷ ହୋଇଅଛି। ରଥର ଆଗ,ପଛ ଦୁଇଟି ଲେଖାଏଁ ମୁହାଁଟର ଅନୁକୂଳ ପୂଜା ହୋଇ ବିନ୍ଧ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ରଥର ପାଞ୍ଚଦଣ୍ଡାର ଅନୁକୂଳ ପୂଜା ହୋଇ ଦଣ୍ଡାଗୁଡ଼ିକର ଚଉପଟ କାର୍ଯ୍ୟ ଆରମ୍ଭ ହୋଇଛି।

ଏଥିସହ ତିନି ରଥର ପାଞ୍ଚଦଣ୍ଡାର ଅନୁକୂଳ ପୂଜା ହୋଇ ଦଣ୍ଡାଗୁଡ଼ିକର ଚଉପଟ କାର୍ଯ୍ୟ ଆରମ୍ଭ ହେବ। ଆଜି ନନ୍ଦିଘୋଷ ରଥର ପାଞ୍ଚ ଦଣ୍ଡାର ଅନୁକୂଳ ପୂଜା ହୋଇ ଚଉପଟ କାର୍ଯ୍ୟ ଆରମ୍ଭ ହେବ। ଶୀତଳଷଷ୍ଠୀ ପୂର୍ବରୁ ତିନି ରଥର ୨୧ଟି ଅଖ ଓ ୪୨ଟି ଚକ କାର୍ଯ୍ୟ ସମ୍ପନ୍ନ କରାଯାଇ ଚକ ଅଖ ସଂଯୋଗ କରାଯିବ ବୋଲି ବିଶ୍ୱକର୍ମା ମହାରଣା କହିଛନ୍ତି।

Leave A Reply

Your email address will not be published.