Odisha Link
Bridging the Missing Links in Odisha

ପୁଣିଥରେ ଭୁଶୁଡ଼ିଲା ବିମାନବନ୍ଦର ପାଚେରି, ବର୍ଷେ ତଳେ ଯାଇଥିଲା ୨ ଜୀବନ

ଓଏଲ୍‌ ବ୍ୟୁରୋ: ମାଲକାନଗିରି ବିମାନବନ୍ଦର ପାଚେରି ପୁଣିଥରେ ଭୁଶୁଡ଼ିଲା। ଗତକାଲି ରାତିରେ ବର୍ଷା ପବନ ଯୋଗୁ ପାଚେରି ଭାଙ୍ଗି ପଡ଼ିଥିବା ସୂଚନା ରହିଛି। ୩୦ ମିଟର ପର୍ଯ୍ୟନ୍ତ ପାଚେରି ଭୁଶୁଡ଼ି ପଡ଼ିଥିବା ସୂଚନା ରହିଛି। ଏଥିରେ କାହାର କିଛି କ୍ଷୟକ୍ଷତି ହୋଇ ନାହିଁ।

ସବୁଠୁ ବଡ଼କଥା ହେଲା ଗତବର୍ଷ ମଧ୍ୟ ଏହି ପାଚେରି ଭୁଶୁଡ଼ି ପଡ଼ିଥିଲା। ଯାହାଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ପାଚେରି ପୁଣଥରେ ନିର୍ମାଣ କରାଯାଇଥିଲା। କାମ ବର୍ଷ ନପୂରୁଣୁ ପୁଣିଥରେ ପାଚେରି ଭୁଶୁୁଡ଼ି ପଡ଼ିଛି।

ଅନ୍ୟପଟେ ପାଚେରିର କାମ ନିମ୍ନମାନର ହୋଇଥିବାରୁ ଭୁଶୁଡ଼ି ପଡ଼ିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏନେଇ ଜିଲ୍ଲା ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।