Odisha Link
Bridging the Missing Links in Odisha

ଆରମ୍ଭ ହେଲା ମୋଦି ୩.୦, ପ୍ରାୟ ୬ ଦଶନ୍ଧି ପରେ ଲେଖାହେଲା ନୂଆ ଇତିହାସ

ଓଏଲ୍‌ ବ୍ୟୁରୋ: “ମୁଁ ଶ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦି, ଈଶ୍ୱରଙ୍କ ନାଁରେ ଶପଥ କରୁଛି…। ୨୦୧୪ ମେ’ ୨୬, ୨୦୧୯ ମେ’ ୩ ପରେ, ୨୦୨୪ ଜୁନ୍‌ ୯ ତାରିଖରେ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଏଭଳି ଢଙ୍ଗରେ ଲଗାତାର ୩ୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି।

ପ୍ରାୟ ୬ ଦଶନ୍ଧି ପରେ, ଲଗାତର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି। ଜବାହରଲାଲ ନେହରୁଙ୍କ ପରେ ହ୍ୟାଟ୍ରିକ୍ କରିବାରେ, ନରେନ୍ଦ୍ର ମୋଦି ବନିଛନ୍ତି ଦ୍ୱିତୀୟ ପ୍ରଧାନମନ୍ତ୍ରୀ। ଆଜି ସନ୍ଧ୍ୟା ୭ଟା ୧୫ ମିନିଟରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି।

ମୋଦିଙ୍କୁ ୨୦୧୪ରେ ପ୍ରଣବ ମୁଖାର୍ଜୀ ଓ ୨୦୧୯ରେ ରାମନାଥ କୋବିନ୍ଦ ଶପଥ ପାଠ କରାଇଥିବା ବେଳେ, ଏଥର ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏଥିପାଇଁ ରାଇସିନା ହିଲରେ ହୋଇଛି ଭବ୍ୟ ଆୟୋଜନ। ମୋଦି ଶପଥ ନେବା ସାଥେ ସାଥେ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ଆଜି ୭୨ ଜଣ ମନ୍ତ୍ରୀ ଆଜି ଶପଥ ନେଇଛନ୍ତି।

ଶପଥ ଉତ୍ସବରେ ସାମିଲ ହୋଇଛନ୍ତି ୭ ପଡ଼ୋଶୀ ଏବଂ ଭାରତ ମହାସାଗର କ୍ଷେତ୍ର ଅନ୍ତର୍ଗତ ଦେଶର ଶୀର୍ଷ ନେତାଙ୍କ ସମେତ ପ୍ରାୟ ୮ ହଜାର ଅତିଥି। ପଡ଼ୋଶୀ ପ୍ରଥମ ନୀତିକୁ ଆଧାର କରି ସେମାନଙ୍କୁ ନିମନ୍ତ୍ରଣ ପଠାଇଥିଲା ବୈଦେଶିକ ମନ୍ତ୍ରାଳୟ।

Leave A Reply

Your email address will not be published.