Odisha Link
Bridging the Missing Links in Odisha

ମୌସୁମୀ ପ୍ରଭାବ ପରେ ବି କମୁନି ତାତି, ଆଗାମୀ ୫ଦିନ ଯାଏଁ ପ୍ରବଳ ଖରା ଆଶଙ୍କା

ଓଏଲ୍‌ ବ୍ୟୁରୋ: ତତଲା କଡ଼େଇରେ ଭାଜି ହେଉଛି ପଶ୍ଚିମ ଓଡ଼ିଶା। ରାଜ୍ୟର କିଛି ସ୍ଥାନରେ ମୌସୁମୀ ପ୍ରବେଶ କରିଥିଲେ ମଧ୍ୟ ଅନେକ ସ୍ଥାନରେ ତାତି କମିବାରେ ନାଁ ନେଉନି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗକୁ ଅଗ୍ରସର ପାଇଁ ସ୍ଥିତି ଅନୁକୂଳ ନଥିବା ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି।

ସେ କହିଛନ୍ତି, ଆଗାମୀ ୩ରୁ ୪ ଦିନ ପର୍ଯ୍ୟନ୍ତ ଅଗ୍ରସର ହୋଇ ନ ପାରେ ମୌସୁମୀ। ଏବେ ଉତ୍ତର ପଶ୍ଚିମ ଦିଗରୁ ପବନ ବହୁଛି, ଗ୍ରୀଷ୍ମ ପ୍ରବାହ ଗୁଳୁଗୁଳି ଅନୁଭୂତି। ୫ ଦିନ ଉତ୍ତର ସହ ଉପକୂଳ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଲାଗି ରହିବ। ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବା ନେଇ ପାଣିପାଗ ବିଭାଗ ଆକଳନ କରିଛି।

ଅନ୍ୟପଟେ, ରାଜ୍ୟର ବିଭିନ୍ନ ଜିଲ୍ଲାରେ ତାତି ବଢୁଥିବାବେଳେ ଅଂଶୁଘାତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଅଂଶୁଘାତଜନିତ ମୃତ୍ୟୁକୁ ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରୁ ଅଧିକ ହିଟୱେଭ୍ ମାମଲା ଆସୁଛି। କାଲି ସୁଦ୍ଧା ୪୧ ଜଣଙ୍କ ଅଂଶୁଘାତରେ ମୃତ୍ୟୁ ସ୍ପଷ୍ଟ ହୋଇଛି।

Leave A Reply

Your email address will not be published.